ଜାମ୍ମୁ ଓ କଶ୍ମୀରରେ ମିଶିଗଲେ ଓମାର, ମୁଫତି; ଭାଜପାକୁ ଝଟକା

ନୂଆଦିଲ୍ଲୀ,୨୩ା୧୦: ଜାମ୍ମୁ ଓ କାଶ୍ମୀରରେ ଶୁକ୍ରବାର ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (PDP) ଶାସକ ନ୍ୟାସନାଲ୍ କନଫରେନ୍ସ (NC) କୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା PDP ମୁଖ୍ୟ ମେହେବୁବା ମୁଫତି ଗୁରୁବାର ଏହି ସୂଚନା ଦେଇଛନ୍ତି।

PDP ର ତିନିଜଣ ସଦସ୍ୟ ଥିବାରୁ ଦଳ NC ପ୍ରାର୍ଥୀଙ୍କୁ ‘ତୃତୀୟ ପସନ୍ଦ’ ଭାବେ ଭୋଟ୍ ଦେବ। ମୁଫତି କହିଛନ୍ତି ଯେ ଫାସିବାଦୀ ଶକ୍ତିଙ୍କୁ ଅଟକାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି, ଯଦିଓ NC ଏହି ସମର୍ଥନର ଯୋଗ୍ୟ ନୁହେଁ। ଜାମ୍ମୁ ଓ କାଶ୍ମୀରର ଲୋକଙ୍କ ଅଧିକାର ରକ୍ଷା କରିବା ବର୍ତ୍ତମାନ ସବୁଠାରୁ ବଡ଼ ଲକ୍ଷ୍ୟ।

ସମର୍ଥନ ବଦଳରେ PDP ଆଶା ରଖିଛି ଯେ ବିଧାନସଭାର ଚାଲୁଥିବା ଅଧିବେଶନରେ NC ଦଳ ଦ୍ୱାରା ଅଣାଯିବାକୁ ଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ସମର୍ଥନ କରିବ। ବିଲ୍ ଦୁଇଟି ହେଉଛି, ଜମି ଅଧିକାର ବିଲ୍ (ବୁଲଡୋଜର ବିରୋଧୀ ବିଲ୍) ଏବଂ ଦୈନିକ ମଜୁରୀ କର୍ମଚାରୀଙ୍କୁ ନିୟମିତ କରିବା ବିଲ୍।

ମୁଫତି ସ୍ପଷ୍ଟ କରିଛନ୍ତି ଯେ PDP ଚତୁର୍ଥ ରାଜ୍ୟସଭା ଆସନ ପାଇଁ NC କୁ ସମର୍ଥନ କରିବ ନାହିଁ। କାରଣ NC ଯଦି ସେହି ଆସନ ହାରିଯାଏ, ତେବେ ଏଥିପାଇଁ PDP ଉପରେ ଦୋଷ ଲଦିବ। ସୂଚନାଯୋଗ୍ୟ, ୯୦ ସଦସ୍ୟ ବିଶିଷ୍ଟ ଗୃହରେ NC ର ୪୨ ଜଣ ବିଧାୟକ ଅଛନ୍ତି ଏବଂ BJP ର ୨୮ ଜଣ ବିଧାୟକ ଅଛନ୍ତି।

Share