ବନୀକରଣ କ୍ଷେତ୍ର ପରିଦର୍ଶନ କଲେ ପିସିସିଏଫ୍‌

ପାଟଣା,୩୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରି ସେକ୍ସନ ଜଡ଼ିପଦା ସଂରକ୍ଷିତ ଜଙ୍ଗଲ, ସାହାରପଡ଼ା ସେକ୍ସନ ନୟାଜଗନ୍ନାଥପୁର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଏବଂ ପାଟଣା ସେକ୍ସନ ପୋଇପାଣି ସଂରକ୍ଷିତ ଜଙ୍ଗଲରେ ପାଟଣା ବନ ବିଭାଗ ତରଫରୁ ହେଇଥିବା ଚାରାରୋପଣ କ୍ଷେତ୍ରକୁ ଶୁକ୍ରବାର ବିଳମ୍ବିତ ରାତିରେ ପିସିସିଏଫ୍‌ ସୁରେଶ ପନ୍ଥ ପରିଦର୍ଶନ କରିଛନ୍ତି । ଏଥିରେ ଆରସିସିଏଫ୍‌ ରାଉରକେଲା ପି. ରାମ ସ୍ବାମୀ ଡିଏଫ୍‌ଓ କେନ୍ଦୁଝର ଏଚ୍‌ଡି ଧନରାଜ, ଏସିଏଫ୍‌ କେନ୍ଦୁଝର ଅଶୋକ କୁମାର ଦାସ ପ୍ରମୁଖ ସାମିଲ ହୋଇ ଚାରାରୋପଣ କ୍ଷେତ୍ର ପରିଦର୍ଶନ କରିଥିଲେ।
ଏଥିରେ ପାଟଣା ରେଞ୍ଜର ବନ ବିହାରୀ ସର୍ଦ୍ଦାର, ପାଟଣା ବନପାଳ ନିରଞ୍ଜନ ସେଠୀ, ସାହାରପଡ଼ା ବନପାଳ ଶ୍ରୀମନ୍ତ କୁମାର ବେହେରା ଓ ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।
କାମ୍ପା ଫୋଣ୍ଡରୁ ବନୀକରଣ ହୋଇଥିବା ଶାଳ, କରଞ୍ଜ, କଇଥ, ମହୁଲ, ପଣସ, ଆମ୍ବ ଆଦି କ୍ଷେତ୍ର ବୁଲି ଦେଖିଥିଲେ।