ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ ନାହିଁ। ଫେବୃଆରୀ ୧୫ ତାରିଖରେ ଭାରତ- ପାକିସ୍ତାନ ମ୍ୟାଚ୍ ସ୍ଥିର ହୋଇଥିଲା।
ପାକିସ୍ତାନ ସରକାର ରବିବାର ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ ଫେବୃଆରୀ 7 ତାରିଖରୁ ଆରମ୍ଭ ହେଉଥିବା 2026 ଟି-20 ବିଶ୍ୱକପରେ ଅଂଶଗ୍ରହଣ କରିବ। କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ ବିପକ୍ଷରେ ଖେଳିବ ନାହିଁ। ବିଶ୍ୱକପରୁ ବାଂଲାଦେଶ ବାହାରିବା ପରେ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି।