Categories: Home Leftଖେଳ

ପିସିବିର ବଡ଼ କଟକଣା: ଡବ୍ଲ୍ୟୁସିଏଲ୍‌ରେ ଭାଗ ନେବେ ନାହିଁ ପାକିସ୍ତାନ ଖେଳାଳି

ଲାହୋର,୩ା୮: ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ (ଡବ୍ଲ୍ୟୁସିଏଲ୍‌)ର ପରବର୍ତ୍ତୀ ସଂସ୍କରଣରେ ପାକିସ୍ତାନ ଖେଳାଳିଙ୍କ ଭାଗନେବା ଉପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ରବିବାର କଟକଣା ଜାରି କରିଛି।

ଶନିବାର ଶେଷ ହୋଇଥିବା ଡବ୍ଲ୍ୟୁସିଏଲ୍‌ର ଦ୍ୱିତୀୟ ସଂସ୍କରଣରେ ପହଲଗାମ୍‌ ଆତଙ୍କବାଦ୍‌ ଆକ୍ରମଣ କାରଣରୁ ପାକିସ୍ତାନ ବିପକ୍ଷରେ ଉଭୟ ଗ୍ରୁପ୍‌ ପର୍ଯ୍ୟାୟ ଓ ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ଖେଳାଳି ଖେଳିବାକୁ ମନା କରିଥିଲେ। ଏଥିଯୋଗୁ ପିସିବି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଡବ୍ଲ୍ୟୁସିଏଲ୍‌ର ପରବର୍ତ୍ତୀ ସଂସ୍କରଣରେ ଭାଗ ନେବା ଉପରେ କଟକଣା ଜାରି କରାଯାଇଥିବା ନେଇ ପିସିବି ପକ୍ଷରୁ ବିବୃତିରେ କୁହାଯାଇଛି। ପିସିବି ମୁଖ୍ୟ ମହସିନ ନକ୍‌ଭିଙ୍କ ନେତୃତ୍ୱରେ ବସିଥିବା ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମ୍ୟାଚ୍‌ରୁ ଓହରିବା ସତ୍ତ୍ୱେ ଭାରତକୁ ପଏଣ୍ଟ ଦେବା ଲାଗି ଡବ୍ଲ୍ୟୁସିଏଲ୍‌ର ନିଷ୍ପତ୍ତିକୁ ପିସିବି ପକ୍ଷରୁ ସମାଲୋଚନା କରାଯିବା ସହ ଏହାକୁ କପଟତା ଓ ପକ୍ଷପାତ ବୋଲି କୁହାଯାଇଛି।

Share