Categories: Home Middleଖେଳ

ପାକିସ୍ତାନ ମୁଣ୍ଡ କାମ କରୁନି, ବଏକଟ ଖବର ମଧ୍ୟରେ ଏସିଆ କପ୍ ଅୟୋଜକଙ୍କୁ କଲା ଏପରି ଅନୁରୋଧ

ଦୁବାଇ,୧୭।୯: ଶେଷରେ ପାକିସ୍ତାନ କ୍ରିକେଟ ଦଳ ଏସିଆ କପ୍ ୨୦୨୫ରେ UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଗ୍ରୁପ୍ ମ୍ୟାଚ ଖେଳିବାକୁ ଷ୍ଟାଡିୟମ ଅଭିମୁଖେ ବାହାରିଛି। ପୂର୍ବରୁ ଭାରତ ବିପକ୍ଷ ମ୍ୟାଚରେ ମ୍ୟାଚ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ନେଇ ହାତ ମିଳାଇବା ବିବାଦ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ମ୍ୟାଚ ବଏକଟ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପିସିବି ଏସିଆ କପ୍ ଆୟୋଜକଙ୍କୁ ମ୍ୟାଚଟି ଘଣ୍ଟାଏ ବିଳମ୍ବ କରିବାକୁ ଅନୁରୋଧ କରିଛି, ଯାହା ସମ୍ଭାବ୍ୟ ଆଲୋଚନାରୁ ସକାରାତ୍ମକ ଫଳାଫଳ ଆଶା କରୁଛି।

ମ୍ୟାଚ ଭାରତୀୟ ସମୟ ରାତି ୮ଟା (ସ୍ଥାନୀୟ ସମୟ ସନ୍ଧ୍ୟା ୬ଟା)ରେ ଆରମ୍ଭ ହେବାର ଥିଲା। ପାକିସ୍ତାନ ଦଳ ଏବେ ହୋଟେଲ ଛାଡ଼ି ମୈଦାନ ଅଭିମୁଖେ ଯାତ୍ରା କରିଛି। ପାଇକ୍ରଫ୍ଟଙ୍କୁ ରେଫେରୀ ଦାୟିତ୍ୱରୁ ହଟାଇବା ପାଇଁ ପିସିବିର ଦାବି ଆଇସିସି ପ୍ରତ୍ୟାଖ୍ୟାନ କରିଥିଲା। ପିସିବି ଓ ଆଇସିସି ପକ୍ଷରୁ ମ୍ୟାଚର ସ୍ଥିତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତି ଜାରି ହୋଇନାହିଁ।

Share