ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗାଁ ରୁ ଜଣେ ମାନସିକ ବିକୃତ ମହିଳାଙ୍କୁ ସୋମବାର ସନ୍ଧ୍ୟାରେ ପାଟପୁର ଥାନା ପୋଲିସ ଉଦ୍ଧାର କରଛି।ମହିଳା ଜଣକ ହେଲେ ପୋଡ଼ାମାରି ଗ୍ରାମ ନିକଟ ବୁଗୁଡ଼ା କଲୋନୀର ଦେବ ନାଇକଙ୍କ ସ୍ତ୍ରୀ ନମିତା ନାଇକ(୫୦)। ନମିତା ଗତ କିଛିଦିନ ହେଲା ବିଭିନ୍ନ ଗାଁ ରେ ବୁଲୁଥିଲେ। ବଦାନ୍ୟ ଲୋକଙ୍କଠାରୁ ଖାଦ୍ୟ ଗ୍ରହଣ କରୁଥିଲେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୋମବାର ସାରେ ରାମଚନ୍ଦ୍ରପୁର ଗ୍ରାମର କିଛି ବ୍ୟକ୍ତି ତାଙ୍କ ସମ୍ପର୍କରେ ସୂଚନା ଦେବାପରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଥାନାକୁ ଆଣି ଖାଇବାକୁ ଦେବାସହ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକେ ଥାନାକୁ ଆସିବା ପରେ ମହିଳାଙ୍କୁ ଛାଡି ଦିଆଯିବ ବୋଲି ପୋଲିସ କହିଛି।