ଅସହ୍ୟ ଥଣ୍ଡା, ଜାଡ଼ରେ ଥରୁଛି ପାଟଣା: ତୁଷାରପାତରେ…

ପାଟଣା,୧୦।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାର ପଡା ବ୍ଲକ ଅଞ୍ଚଳରେ ଶୀତର ଲହରୀ ଜାରି ରହିଛି । ପ୍ରବଳ ଜାଡ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ପାଟଣା ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ପାଟଣା ଅଞ୍ଚଳରେ ପାରଦ ୫ ଡିଗ୍ରୀ ସେଲସିୟସକୁ ଖସିଛି। ଅପରାହ୍ନ ୫ ବେଳକୁ ରାସ୍ତାଘାଟ ବଜାର ଶୂନଶାନ ହୋଇଯାଉଛି। ସକାଳ ୯ଟା ନହେଲେ ଲୋକେ ଘରୁ ପଦାକୁ ବାହାରି ପାରୁ ନାହାନ୍ତି। ପାଟଣା ବ୍ଲକର କେନ୍ଦେଇପଶି, ବଲାଣିପଶି, ତୁରୁମୁଙ୍ଗା ଅଞ୍ଚଳ ସହ ସାହାରପଡା ବ୍ଲକର ଉଦୟପୁର ସହ ବିଭିନ୍ନ ସ୍ଥାନରେ ବରଫପାତ ହୋଇଥିବା ଦେଖିବାକୁ ମିଳିଛି। ଘାସ,ବିଲ ରନଡ଼ା , ପାଳଗଦା ଓ ବିଭିନ୍ନ ଗଛର ପତ୍ରରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି। ଅସହ୍ୟ ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବାବେଳେ ଛୋଟ ଛୋଟ ଛୁଆ,ବୃଦ୍ଧବୃଦ୍ଧା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Dharitri – The Largest & Most Trusted Odia Daily

Share
Tags: odisha