ବ୍ୟବସାୟୀଙ୍କ ଦେହାନ୍ତରେ ପାଟଣା ବଜାର ବନ୍ଦ

ପାଟଣା,୧୬ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ସାମ ଶାସନର ଜଣାଶୁଣା ବ୍ୟବସାୟ ବିପିନ ବିହାରୀ ଦାଶଙ୍କ ବୁଧବାର ରାତିରେ ୬୬ବର୍ଷ ବୟସରେ ଦେହାନ୍ତ ଘଟିଛି। ସେ ପାଟଣା ମୁଖ୍ୟାଳୟ ବଜାରରେ ଦୀର୍ଘବର୍ଷ ହେବ ବ୍ୟବସାୟ କରି ଆସୁଥିଲେ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାଟଣା ବଣିକ କମିଟି ତରଫରୁ ଗୁରୁବାର ସକାଳ ୬ରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ପାଟଣା ବଜାରର ସମସ୍ତ ଦୋକାନକୁ ବନ୍ଦ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ଅନ୍ତେଷ୍ଟି କ୍ରିୟା ପାଟଣା ବୈତରଣୀ ନଦୀର ଦୁର୍ଗାଦେଇପୁର ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଛି। ଏକ ମାତ୍ର ପୁଅ ବୀରକିଶୋର ମୁଖାଗ୍ନି ଦେଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ଭାଇ ଗଦାଧର, ବିଜୟ ,ଅଜୟ, ଝିଅ ଯୋଇଁ, ପୁତୁରା, ଝିଆରୀ, ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। ବଡ଼ପାଟଣା ସରପଞ୍ଚ ବିନତି ବାନାରା, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ, ପାଟଣା ବଣିକ ସଂଘ ସଭାପତି ବୁଲୁ ଭଞ୍ଜ, ସମ୍ପାଦକ ଅଜୟ ବେହେରା, ସମବାୟବିତ୍‌ ଦିନବନ୍ଧୁ ମିଶ୍ର, ସାମାଜିକ କର୍ମୀ ଅଜିତ କୁମାର ଦାଶ,ପର୍ଶୁରାମ ପଣ୍ଡା, କମଳା କାନ୍ତ ପତି, ଅଜୟ କୁମାର ଦାଶ, ଶିବ ନାରାୟଣ ମିଶ୍ର, ଅରବିନ୍ଦ ଦାଶ, ବ୍ୟବସାୟୀ ଚିତ୍ତ ସାହୁ ପ୍ରମୁଖ ଶେଷ ଦର୍ଶନ କରିବା ସହ ବ୍ୟବସାୟୀ ବିଷ୍ଣୁ ବେହେରା, କୁଞ୍ଜ ସାହୁ, କାଳିଆ ଭଞ୍ଜ, ରାଜା ସାହୁ, ସଞ୍ଜୁ ଭଞ୍ଜ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

Dharitri – Odisha’s No.1 Odia Daily