ବୁର୍ଜ ଖଲିଫାରେ ଦେଖାଗଲା ‘ପଠାନ୍‌’ ଟ୍ରେଲର୍‌

ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ରିଲିଜ ହେବାକୁ ଯାଉଛି କିଙ୍ଗ ଖାଁ ଶାହାରୁଖଙ୍କ ଫିଲ୍ମ ‘ପଠାନ୍‌’। ଆରମ୍ଭରୁ ବିବାଦର ସାମ୍ନା କରିଆସୁଥିଲେ ହେଁ ପ୍ରଶଂସକଙ୍କୁ କିଛି ଫରକ ପଡ଼ୁନାହିଁ। ଏହି କ୍ରମରେ ଶନିବାର ରାତିରେ ଦୁବାଇର ବୁର୍ଜ ଖଲିଫାରେ ପଠାନ୍‌ର ଟ୍ରେଲର ଦେଖାଯାଇଛି।

କିଙ୍ଗ ଅଫ୍‌ ରୋମାନ୍ସଙ୍କର ଆକ୍ସନ ଅବତାର ଦେଖି ଶାହାରୁଖଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରୁଛନ୍ତି। ଏମିତିରେ ଦୁବାଇରେ ଥିବା ପ୍ରଶଂସକମାନେ ମଧ୍ୟ ରିଲିଜର ଅପେକ୍ଷା କରିବା କଷ୍ଟକର ବୋଲି ସୂଚାଇଛନ୍ତି। ଏହି ଖାସ୍‌ ଅବସରରେ ଶାହାରୁଖଙ୍କ ସେଠାରେ ଉପସ୍ଥିତ ଥିଲେ। ଏବେ ସୋସିଆଲ ମିଡିଆରେ ଶାହାରୁଖଙ୍କ ସହ ବୁର୍ଜ ଖଲିଫାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି।