ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।
ସୂଚନାରୁ ପ୍ରକାଶ, ଭେଲୋରା ଗ୍ରାମର ପଦ୍ମଲୋଚନ ସାହୁଙ୍କ ପୁତ୍ର ଅଭିଜିତ(୧୬) ନିଜ ଘରୁ ବାହାରି ଅମର୍ଦା ରୋଡସ୍ଥିତ ହଷ୍ଟେଲକୁ ସାଇକେଲ ଯୋଗେ ଯାଉଥିବା ସମୟରେ ଭେଲୋରା ଛକ ନିକଟରେ ଦିଘାରୁ ବାଲେଶ୍ୱର ଅଭିମେଖେ ଯାଉଥିବା ନୁରାନି ନାମକ ବସ ( ନଂ ଓଡି ୦୧ଏକ୍ସ ୫୭୫୫) ଭାରସାମ୍ୟ ହରାଇ ଅଭିଜିତଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ପରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ କଣ୍ଟେନେରକୁ ପଛପଟୁ ଧକ୍କା ଦେଇଥିଲାl ଫଳରେ ଅଭିଜିତଙ୍କ ସମେତ ବସରେ ଥିବା ୨୨ଜଣ ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିଲେ।ସମସ୍ତଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲାl ଖବର ପାଇ ଜାତୀୟ ରାଜପଥ ପହରା ପୋଲିସ ଓ ଜାତୀୟ ରାଜପଥ କର୍ମଚାରୀ ପହଞ୍ଚି ଦୁର୍ଘଟଣା ଘଟଇଥିବା ବସକୁ ରାଜପଥ ପାର୍ଶ୍ୱକୁ ହଟାଇଥିଲେ। କିଛି ସମୟ ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ବସ୍ତା ଥାନା ପୋଲିସ ପହଞ୍ଚି ବସ୍‌ ଓ ସାଇକେଲକୁ ଜବତ କରି ଅଧିକ ତଦନ୍ତ ଜାରିରଖିଛି।

Dharitri – Odisha’s No.1 Odia Daily

Share