ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ତିନି ଗୁରୁତର

ଧର୍ମଶାଳା ୨୬।୯(ଶିବପ୍ରସାଦ ମହାନ୍ତି) ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ବାଲେଶରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ତିନିଜଣ ଯାତ୍ରୀଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ. ଗାଡ଼ି ନମ୍ବର ଓଡି୦୧ଏସ୧୪୧୪ ‘ସାହୁ’ ନାମକ ଏସି ସ୍ଲିପର ଯାତ୍ରୀବାହୀ ବସଟି ରାତି ପ୍ରାୟ ୧ଟା ସମୟରେ ଜାରକା ରଥିଆ ଛକ ନିକଟରେ କୌଣସି କାରଣରୁ ପ୍ରଥମେ ଏକ କାରକୁ ଧକ୍କା ଦେବା ପରେ ପାର୍କିଂ କରିଥିବା ଟ୍ୟାଙ୍କର ପଛ ପଟେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଧର୍ମଶାଳା ପୋଲିସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ବସରେ ୪୦ରୁ ଉଦ୍ଧର୍‌ବ ଯାତ୍ରୀ ଥିବାବେଳେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି।