ପାଟଣା,୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ନିକଟରେ ବୁଧବାର ଅପରାହ୍ନରେ ଭାରସାମ୍ୟ ହରାଇ ଯଶୋଦା ନାମକ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ମୁରୁସୁଆଁ ଗ୍ରାମରୁ ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଆନନ୍ଦପୁର ଶାଳପଡ଼ା ଗ୍ରାମକୁ ଏକ ବିବାହ ଭୋଜିକୁ ନେଇ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜଣେ ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତାକଡ଼ରେ ଥିବା ଦୋକାନ ଘରକୁ ବସ୍ଟି ଧକ୍କା ଦେଇ ଡ୍ରେନ୍ ଉପରେ ଫସି ରହିଥିଲା। ଦୁର୍ଘଟଣାରେ ବସ୍ ଥିବା ୬୦ରୁ ଊଦ୍ଧର୍ବ ଯାତ୍ରୀଙ୍କ ସହ ଦୋକାନ ଘରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ବସ୍ରେ ଯାଉଥିବା ଲୋକେ ଅନ୍ୟ ଏକ ଗାଡ଼ିରେ ନିଜ ନିଜର ଗନ୍ତବ୍ୟସ୍ଥଳକୁ ଫେରିଥିବା ବେଳେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।