ପରଭେଶ ବର୍ମାଙ୍କ ବଡ଼ ଘୋଷଣା: ପାଣି ଟାଙ୍କି ସଫା କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀରେ ଜଳ ସଙ୍କଟ ସମସ୍ୟାରେ ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଶୁକ୍ରବାର ଘୋଷଣା କରି କହିଛନ୍ତି, ଦିଲ୍ଲୀ ଜଳ ବୋର୍ଡ ଖୁବ ଶୀଘ୍ର ଏକ ପୋର୍ଟାଲ ଆରମ୍ଭ କରିବ। ଉକ୍ତ ପୋର୍ଟାଲ ମାଧ୍ୟମରେ ଅନ୍‌ଲାଇନ ଆବେଦନ କରି ଘରୋଇ ପାଣି ଟାଙ୍କିଗୁଡ଼ିକୁ ସଫା କରାଯାଇପାରିବ। ଏହି ସେବା ଖୁବଶୀର୍ଘ ନିକଟରେ ଆରମ୍ଭ କରାଯିବ। ହେଲେ ଗ୍ରାହକଙ୍କ ପାଇଁ ଏକ ସର୍ତ୍ତ ରଖାଯାଇଛି। ଗ୍ରାହକମାନେ ୱେବସାଇଟରେ ପଞ୍ଜିକରଣ କରି ଏହି ସେବା ପାଇପାରିବେ।

ପ୍ରବେଶ କହିଛନ୍ତି ଯେ, ଜଳ ବୋର୍ଡ ଟାଙ୍କି ସଫା କରିବା ସେବା ପାଇଁ ଶୁଳ୍କ ସ୍ଥିର କରୁଛି। ଯାହା ମାଗଣା କିମ୍ୱା ୪୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଏହା ସହିତ, ଯମୁନା ନଦୀକୁ ସଫା କରିବା ପାଇଁ ମଧ୍ୟ ବଡ଼ଧରଣର କାର୍ଯ୍ୟ ଆରମ୍ଭ କରାଯିବ।

ପୁଣି ସେ କହିଛନ୍ତି, ଦିଲ୍ଲୀ ଜଳ ବୋର୍ଡ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବା ପାଇଁ ସୃଷ୍ଟି କରାଯାଇଥିଲା। ହେଲେ ଅରବିନ୍ଦ କେଜରିୱାଲଙ୍କ କାର୍ଯ୍ୟକାଳରେ ଜଳ ବୋର୍ଡର ପ୍ରତ୍ୟେକ ଫାଇଲ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିଲା, ହେଲେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିଲା।

ପ୍ରବେଶ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ଏକ ଖବରକାଗଜରେ ପ୍ରକାଶିତ CAG ରିପୋର୍ଟ ଅନୁଯାୟୀ, ୨୦୧୭ରୁ ୨୦୨୩ ମଧ୍ୟରେ ଅନେକ ଭୂତଳ ଜଳ ନମୁନା ବିଫଳ ହୋଇଥିଲା। ଜନସାଧାରଣଙ୍କୁ ସ୍ୱଚ୍ଛ ପାଣି ଯୋଗାଇବା ପରିବର୍ତ୍ତେ, ଚୁକ୍ତିନାମା ଉପରେ ଧ୍ୟାନ ଦିଆଯାଉଥିଲା ବୋଲି ସେ କହିଛନ୍ତି।

ପ୍ରବେଶ କହିଛନ୍ତି, ଦିଲ୍ଲୀକୁ ଦୈନିକ ପ୍ରାୟ 1,200 MGD ପାଣି ଆବଶ୍ୟକ, କିନ୍ତୁ କେବଳ ପ୍ରାୟ 1,000 MGD ଉପଲବ୍ଧ। ଏଥିମଧ୍ୟରୁ ପ୍ରାୟ 875 MGD କେନାଲରୁ ଏବଂ ବାକି ନଳକୂପ ମାଧ୍ୟମରେ ଆସେ, ସେ ଆହୁରି ମଧ୍ୟ କହିଛନ୍ତି, ସରକାର 35ଟି ନୂତନ STP ପ୍ଲାଣ୍ଟ ସ୍ଥାପନ କରୁଛନ୍ତି, ଯାହା ଆଗାମୀ ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ।

Share