ଇ-କମର୍ସ ସାଇଟରେ ପାର୍ବଣ ଅଫର

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଉପଲକ୍ଷେ ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ୍‌, ଫ୍ଲିପ୍‌କାର୍ଟ, ମିଶୋ ଓ ମିନ୍ତ୍ରା ପକ୍ଷରୁ ମେଗା ସେଲ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଆମାଜନ୍‌ ଡଟ୍‌ ଇନ୍‌ ପକ୍ଷରୁ ‘ପୂଜା ସପିଙ୍ଗ୍‌ ଉତ୍ସବ’ ଏବଂ ଫ୍ଲିପକାର୍ଟରେ ‘ଆର୍ଟଫର୍ମ ଅଫ ଇଣ୍ଡିଆ’ ବା ‘ଭାରତର କଳା’ ଥିମ ଅଧୀନରେ ଉପତ୍ାଦଗୁଡ଼ିକର ଏକ ସ୍ବତନ୍ତ୍ର ଶୃଙ୍ଖଳା ଗ୍ରାହକମାନଙ୍କୁ ଭେଟି ଦେବାକୁ ପ୍ରୟାସ ହୋଇଛି। ମିନ୍ତ୍ରା ପକ୍ଷରୁ ବିଗ୍‌ ଫେସନ୍‌ ଫେଷ୍ଟିଭାଲ୍‌ ଅକ୍ଟୋବର ୩ରୁ ଆରମ୍ଭ ହୋଇ୧୦ ପର୍ଯ୍ୟନ୍ତ ଚାଲିବ। ସେହିଭଳି ମିଶୋ ପକ୍ଷରୁ ଦି ମହା ଇଣ୍ଡିଆନ୍‌ ସପିଙ୍ଗ ଲିଗ୍‌ ଅକ୍ଟୋବର ୬ ରୁ ୯ ପର୍ଯ୍ୟନ୍ତ ଚାଲିବ।