ୟୁବିଓଆଇ ପକ୍ଷରୁ ଦେଶ ବିଭାଜନ ସ୍ମରଣ ଦିବସ

ଭୁବନେଶ୍ୱର,୧୮।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ମହୋତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ୫ ଦିନିଆ ଦେଶ ବିଭାଜନ ସ୍ମରଣ ଦିବସ ସାରା ଦେଶରେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ)ର କେତେକ ଶାଖାରେ ଦେଶ ବିଭାଜନ ସ୍ମରଣ ଦିବସ ପାଳିତ ହୋଇଯାଇଛି। ବିଶେଷକରି ଅର୍ଥ ବିଭାଗ ଦ୍ୱାରା ଚୟନ ହୋଇଥିବା ସ୍ଥାନୀୟ ଚନ୍ଦ୍ରଶେଖରପୁର-୨ ଡମଣା ସ୍କୋୟାରସ୍ଥିତ ଶାଖା ପରିସରରେ ମଧ୍ୟ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନ, ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ସୋଭନ୍‌ ସେନ୍‌ଗୁପ୍ତା, ଭୁବନେଶ୍ୱର କ୍ଷେତ୍ରର ଉପ-କ୍ଷେତ୍ରୀୟ ମୁଖ୍ୟ ଅଶୋକ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Share