ନୂଆଦିଲ୍ଲୀ,୧ା୧୨: ସୋମବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି, କିଛି ବିରୋଧୀ ସେମାନଙ୍କ ପରାଜୟକୁ ହଜମ କରିପାରୁନାହାନ୍ତି। ଏହି ପରାଜୟର ରାଗ ଆସି ସେମାନେ ପାର୍ଲାମେଣ୍ଟରେ ଶୁଝାନ୍ତି। ପରାଜୟର ଭୟ ଏଠି ବିତର୍କର କ୍ଷେତ୍ର ନ ହେଉ ବୋଲି ମୋଦି କହିଛନ୍ତି।
ଏଥିସହିତ ସେ ବିରୋଧୀଙ୍କୁ ପରାଜୟର ନିରାଶାରୁ ବାହାରିବା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ଡ୍ରାମା କରିବାକୁ ଅନେକ ସ୍ଥାନ ଅଛି, ଏଠି ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ। ସେହିପରି ନାରାବାଜି ପାଇଁ ମଧ୍ୟ ଅନେକ ସ୍ଥାନ ଅଛି ପାର୍ଲାମେଣ୍ଟ ନାରାବାଜିର ସ୍ଥାନ ନୁହେଁ ନୀତି ଓ ଦେଶ ଗଠନରେ ସକାରାତ୍ମକ ଭୂମିକା ଆବଶ୍ୟକ ବୋଲି କହିଛନ୍ତି।