RAFAEL NADAL (ESP) TENNIS - FRENCH OPEN - ROLAND GARROS - ATP - WTA - ITF - GRAND SLAM - CHAMPIONSHIPS - PARIS - FRANCE - 2020 © TENNIS PHOTO NETWORK
ପ୍ୟାରିସ, ୭ା୧୧ (ଏପି): ଜୋର୍ଡାନ ଥମ୍ପସନଙ୍କୁ ୬-୧, ୭-୬ (୩) ସେଟ୍ରେ ପରାସ୍ତ କରି ଟପ୍ ସିଡ୍ ରାଫାଲ ନାଡାଲ ପ୍ୟାରିସ ମାଷ୍ଟର୍ସ ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ନାଡାଲ ତାଙ୍କ କ୍ୟାରିୟରରେ ମୋଟ ୮୬ ଟାଇଟଲ ଜିତି ସାରିଛନ୍ତି। ତନ୍ମଧ୍ୟରେ ୩୫ଟି ମାଷ୍ଟର୍ସ ଇଭେଣ୍ଟ ରହିଛି। ସ୍ଥାନୀୟ ବର୍ସି ଇନ୍ଡୋର ଆରେନାଠାରେ କିନ୍ତୁ ସେ ଟାଇଟଲ ହାସଲ କରିପାରି ନାହାନ୍ତି। ୧୩ ବର୍ଷ ପୂର୍ବେ ଏଠାରେ ଥରେ ମାତ୍ର ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିପାରିଥିଲେ, କିନ୍ତୁ ହାରିଯାଇଥିଲେ। ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ବୁଧବାର ଚତୁର୍ଥ ଖେଳାଳି ଭାବେ ୧,୦୦୦ ମ୍ୟାଚ୍ ଜିତିବା ଗୌରବ ଅର୍ଜନ କରିଥିଲେ। ପରବର୍ତ୍ତୀ ରାଉଣ୍ଡରେ ସେ ନିଜ ଦେଶ ସ୍ପେନର ପାବ୍ଲୋ କାରେନୋ ବଷ୍ଟାଙ୍କୁ ଭେଟିବେ।