TORONTO, ON - SEPTEMBER 11: Actress Parineeti Chopra arrives at "A Random Desi Romance" Premiere during the 2013 Toronto International Film Festival at Roy Thomson Hall on September 11, 2013 in Toronto, Canada. (Photo by Alberto E. Rodriguez/Getty Images)
ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଆଜିକାଲି ବିଦେଶରେ ରହୁଛନ୍ତି । ସେ ଗତ ମାର୍ଚ୍ଚ ମାସରୁ ଲଣ୍ଡନରେ ରହୁଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ । ଏବେ ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ଏଥିରୁ ରକ୍ଷା ପାଇବାକୁ ସବୁଠି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ପରିଣିତି ଲଣ୍ଡନରେ ରହି ଟିକା ନେଇଥିବାର କିଛି ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ସେଠାରେ ସେ ବିଦେଶୀ ଭ୍ୟାକ୍ସିନ (ଫାଇଜର) ନେଇଥିବା କୁହାଯାଉଛି । ତେବେ ପରିଣିତି ଲଣ୍ଡନରେ ରହି ବିଦେଶୀ ଭ୍ୟାକ୍ସିନ ନେଇଥିବାରୁ ଟ୍ରୋଲ ହୋଇଛନ୍ତି । କେହି କେହି କହିଛନ୍ତି କ’ଣ ଭାରତରେ ଭ୍ୟାକ୍ସିନ ମିଳିଲା ନାହିଁ । ଆଉ କେହି କହିଛନ୍ତି ତାଙ୍କୁ ଦେଶୀ ଭ୍ୟାକ୍ସିନ ଉପରେ ଭରସା ନାହିଁ । ଆଉ କେହି କହିଛି ଭ୍ୟାକ୍ସିନ ଫରେନରେ ଆଉ ଆକ୍ଟିଂ ଇଣ୍ଡଆରେ । ବାଃ ରେ ବାଃ ବାଃ । ସୂଚନାଯୋଗ୍ୟ, ପରିଣିତି ତାଙ୍କ ଭ୍ୟାକ୍ସିନ ବେଳର ଫଟୋ ଶେୟାର କରିଥିବା ବେଳେ ଫଟୋ କ୍ରେଡିଟ ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଇଛନ୍ତି । ସାଇନା ନେହୱାଲଙ୍କ ବାୟୋପିକର ଲିଡ୍ ରୋଲରେ କିଛିଦିନ ପରେ ପରିଣିତିଙ୍କୁ ଦେଖିବାକୁ ମିଳିବ ।