ମା’ ହେଲେ ପରିଣୀତି ଚୋପ୍ରା, ଖୁସି ଖବର ଜଣାଇଲେ ରାଘବ ଚଢ଼ା

ମୁମ୍ବାଇ,୧୯ା୧: ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ାଙ୍କ ଘରେ ପୁଅ ଜନ୍ମ ହୋଇଛି। ରାଘବ ଇଂଷ୍ଟାଗ୍ରାମରେ ଏହି ଖୁସି ଖବର ସେୟାର କରି ଲେଖିଛନ୍ତି, “ମୋ ପୁଅ ଆସିଛି। ଆମ କୋଳ ଓ ହୃଦୟ ଭରି ଗଲା। ପ୍ରଥମେ ଆମେ ଦୁହେଁ ଥିଲୁ, ଏବେ ଆମେ ପୂର୍ଣ୍ଣ ହେଲୁ।” ଏହି ପୋଷ୍ଟକୁ ଅନେକ ଲୋକ ଲାଇକ କରିଛନ୍ତି। ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ହୁମା କୁରେଶୀ ହୃଦୟ ଇମୋଜି ଦେଇ ଶୁଭେଚ୍ଛା ଜଣାଇଛନ୍ତି। କ୍ରିତି ସାନନ ଓ ଭୋଜପୁରୀ ଅଭିନେତ୍ରୀ ମୋନାଲିସା ମଧ୍ୟ ଶୁଭକାମନା ଦେଇଛନ୍ତି।

ଚଳିତ ବର୍ଷ ଅଗଷ୍ଟରେ ପରିଣୀତି ଓ ରାଘବ ଇଂଷ୍ଟାଗ୍ରାମରେ ଘୋଷଣା କରିଥିଲେ ଯେ ସେମାନେ ପ୍ରଥମ ସନ୍ତାନର ଅପେକ୍ଷା କରୁଛନ୍ତି। ସେମାନେ ଏକ କେକର ଫଟୋ ସେୟାର କରି ଲେଖିଥିଲେ, “ଆମର ଛୋଟ ଶିଶୁ ଆସୁଛି। ଆଶୀର୍ବାଦ ଦିଅ।” ପରିଣୀତି ଓ ରାଘବ ୨୦୨୩ ମେ’ ମାସରେ ଦିଲ୍ଲୀରେ ବାଗଦାନ କରିଥିଲେ ଓ ସେପ୍ଟେମ୍ବରରେ ରାଜସ୍ଥାନର ଉଦୟପୁରରେ ବିବାହ କରିଥିଲେ। ଅଗଷ୍ଟରେ ‘ଦ ଗ୍ରେଟ୍‌ ଇଣ୍ଡିଆନ କପିଲ ଶୋ’ରେ ରାଘବ ସୂଚନା ଦେଇଥିଲେ ଯେ ସେମାନେ ଖୁବ୍‌ ଶୀଘ୍ର ବାପା-ମା’ ହେବେ।

Dharitri – Odisha’s No.1 Odia Daily