ଅଟୋରେ ଆସୁଥିଲେ ମା’ବାପା, ପୁଅ, ବାଟରେ ଘଟିଲା ଏମିତି, ଚାଲିଗଲା…

ଗଞ୍ଜାମ,୫।୧୧(ବିଦ୍ୟାଧର ସାହୁ ), ରମ୍ଭା ଥାନା ଅନ୍ତର୍ଗତ ପାଲୁରୁ ଛକରୁ କିଛି ଦୂରରେ ମା ଢାବା ହୋଟେଲ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହାତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ମୃତକ ଜଣଙ୍କ ହେଲେ ରଞ୍ଜୁ ବେହେରା । ପ୍ରାପ୍ତ ସୂଚନା ଅନୁଯାଇ ଖଲ୍ଲିକୋଟ ଅଞ୍ଚଳର ଗୋଟିଏ ପରିବାରର ବାପା ମା ଓ ପୁଅ ତିନିଜଣ ଓଡି 07ଏନ 6505 ନମ୍ବର ବିଶିଷ୍ଟ ଏକ ଅଟୋ ସାହାଯ୍ୟରେ ଗଞ୍ଜାମ ଅଞ୍ଚଳକୁ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଓଡି07ଏନ -ନମ୍ବର ବିଶିଷ୍ଟ ଏକ ଟ୍ରକ ଢାବା ସମ୍ମୁଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପଛରେ ପଥର ବାଜ ଦେଇ ଝିଡା ହୋଇଥିବା ବେଳେ ଅଟୋଟି ପଛ ପଟୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଫଳରେ ଅଟୋ ଆରୋହୀ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ମା’ ରଞ୍ଜୁ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା କୈଳାସ ବେହେରା, ପୁଅ ଶଙ୍କର ବେହେରା ଓ ଅଟୋ ଡ୍ରାଇଭର ଗୁରୁତର ଆହାତ ହୋଇଛନ୍ତି। ସଙ୍ଗେ ସଙ୍ଗେ ସମସ୍ତଙ୍କୁ ରମ୍ଭା ପୋଳିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିଲା ।

Dharitri – The Largest & Most Trusted Odia Daily

\