ପାଟଣା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ହେଲେ ପରମେଶ୍ୱର ନାଏକ

ପାଟଣା:୩/୯(ବୀର କିଶୋର ଦାଶ ) ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହାତ ମୁଠାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନିଯୁକ୍ତି ହୋଇଛନ୍ତି। ଏହି କ୍ରମରେ ବୁଧବାର ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନୁ ଚିବଙ୍କ ଅନୁମୋଦନକ୍ରମେ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଗାଲ ଫୁଲା ଗ୍ରାମର ଯୁବନେତା ପରମେଶ୍ୱେର ନାଏକଙ୍କୁ ନିଯୁକ୍ତି କରାଯାଇଛି। ଏନେଇ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ମହେଶ ଦେଶମୁଖ ଏବଂ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଘୋଷଣା କରିଛନ୍ତି । ପରମେଶ୍ୱେରଙ୍କୁ ନିର୍ବାଚନ ମଣ୍ଡଳୀର ଗୁରୁ ଦାୟିତ୍ୱ ମିଳୁଥିବାରୁ ଏଥିପାଇଁ ସେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, କେନ୍ଦୁଝର ଏମ୍‌ପି ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ,ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନୁ ଚିବ, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧିର, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ, ବରିଷ୍ଠ କଂଗ୍ରେସ ନେତା କୈଳାଶ ଚନ୍ଦ୍ର ବାରିକ, ବୀରଭଦ୍ର ମହାନ୍ତ, ମୁକୁନ୍ଦ ମହାନ୍ତ, ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇବା ସହ ଦଳରେ ଯୁବବର୍ଗଙ୍କୁ ଅଧିକରୁ ଅଧିକ ସାମିଲ କରି ଦଳକୁୁ ମଜବୁତ କରିବା ସହ ଯୁବକ ମାନଙ୍କ ହକ୍‌ ପାଇଁ ଲଢେଇ ଜାରି ରଖିବେ ବୋଲି ପ୍ରତିକ୍ରୀୟାରେ କହିଛନ୍ତି।

Share