Categories: Home Leftଖେଳ

୨୮ ବର୍ଷ ବୟସରେ ପାରାଲିମ୍ପିକ୍‌ ଗୋଲ୍ଡ ସାଇକ୍ଲିଷ୍ଟ ପେଜ ଗ୍ରେକୋଙ୍କ ପରଲୋକ

ଆଡିଲେଡ୍‌, ୧୭ା୧୧: ପାରାଲିମ୍ପିକ୍‌ ଗୋଲ୍ଡ ମେଡାଲିଷ୍ଟ ଅଷ୍ଟ୍ରେଲିଆନ ସାଇକ୍ଲିଷ୍ଟ ପେଜ ଗ୍ରେକୋଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ସମ୍ପର୍କରେ ଅଷ୍ଟ୍ରେଲିଆନ ପାରାଲିମ୍ପିକ୍‌ କମିଟି ଓ ଅଷ୍ଟ୍ରେଲିଆନ ସାଇକ୍ଲିଂ ଫେଡେରେଶନ ପକ୍ଷରୁ ଜାରି କରାଯାଇଥିବା ମିଳିତ ବିବୃତିରେ କୁହାଯାଇଛି ଯେ, ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗ୍ରେକୋଙ୍କର ଆଡିଲେଡ୍‌ସ୍ଥିତ ବାସଭବନରେ ମୃତ୍ୟୁ ଘଟିଛି।

ମସ୍ତିଷ୍କ ପକ୍ଷାଘାତ ସହ ଜନ୍ମ ହୋଇଥିବା ଗ୍ରେକୋ ୨୦୨୧ରେ ଟୋକିଓ ପାରାଲିମ୍ପିକ୍ସରେ ମହିଳାଙ୍କ ସି୧-୩ କାଟେଗୋରିରେ ୩ ହଜାର ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ଅନେକ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଟାଇଟଲ ଓ ବିଶ୍ୱକପ୍‌ ପଦକ ଜିତିଥିଲେ। ସେ ୨୦୧୯ରେ ଟ୍ରାକ୍‌ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ରେ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ପାରା ସାଇକ୍ଲିଂ ଦୃଶ୍ୟପଟରେ ଉଭା ହୋଇଥିଲେ।