ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି ଜିଲା ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ ସମ୍ପାଦକ ଭାବେ କାଶୀନାଥ ଦାଶ ନିର୍ବାଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ବାର୍ ଆସୋସିଏଶନ ନିର୍ବାଚନର ଫଳାଫଳ ଘୋଷାଣା ହୋଇଛି । ସଭାପତି, ଉପସଭାପତି ଓ ସମ୍ପାଦକ ପଦବୀ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ଅନ୍ୟାନ୍ୟ ପଦବୀ ଗୁଡିକରେ ପ୍ରତିଦ୍ବନ୍ଦିତା ନ ଥିବା ଯୋଗୁଁ ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି ।

ସୂଚନା ପ୍ରକାରେ, ସଭାପତି ପଦବୀ ପାଇଁ ରାମକୃଷ୍ଣ ନାୟକ ଓ ତାଙ୍କ ପ୍ରତିଦ୍ୱନ୍ଦୀ ହୀରାଚାନ୍ଦ ପଟ୍ଟନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀ ହୋଇଥିଲା । ସେଥିରେ ରାମକୃଷ୍ଣ ୮୫ ଖଣ୍ଡ ଭୋଟ ପାଇଥିବା ବେଳେ ହୀରାଚାନ୍ଦ ୨୨ ଖଣ୍ଡ ଭୋଟ ପାଇଥିଲେ । ସେହିପରି ଉପସଭାପତି ପାଇଁ ନୀଳମାଧବ ଅଧିକାରୀ ଓ ଶିବ ପ୍ରସାଦ ପାଣିଗ୍ରାହୀଙ୍କ ମଧ୍ୟରୁ ଶିବ ପ୍ରସାଦ ପାଣିଗ୍ରାହୀ ୫୫ ଖଣ୍ଡ ଭୋଟ ପାଇଥିବା ବେଳେ ନୀଳମାଧବ ଅଧିକାରୀ ୫୩ ଖଣ୍ଡ ଭୋଟ ପାଇଛନ୍ତି । ସମ୍ପାଦକ ପଦବୀ ନିମନ୍ତେ ଆର୍.ବାବୁ ରାଓ ଓ କାଶୀନାଥ ଦାଶଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ କାଶୀନାଥ ଦାଶ ୭୩ ଖଣ୍ଡ ଭୋଟ ପାଇଥିବା ବେଳେ ଆର୍.ବାବୁ ରାଓ ୩୪ ଖଣ୍ଡ ଭୋଟ ପାଇଥିବା ଜଣାପଡିଛି ।

ସେହିପରି ଯୁଗ୍ମ ସମ୍ପାଦକ ଶିବ କୁମାର ୟେଡଲା, କୋଷାଧ୍ୟକ୍ଷ ସନ୍ଦୀପ କୁମାର ପଟ୍ଟନାୟକ, ଲାଇବ୍ରେରିୟନ ଭାବେ ରଘୁନାଥ ପାତ୍ର ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଅଶୋକ କୁମାର ଅଧିକାରୀ, ବେହେରା ଚନ୍ଦନ କୁମାର, ଗାଗାରିନ ଶବର, ପାଣ୍ଡି ବିଶ୍ବନାଥ, ସତ୍ୟନାରାୟଣ ପାଢୀ ଓ ଶଶାଙ୍କ ଶେଖର ସାବତ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି । ପ୍ରତିଦ୍ବନ୍ଦିତା ହୋଇଥିବା ପଦବୀ ପାଇଁ ୧୨୭ ସଭ୍ୟ ମଧ୍ୟରୁ ୧୦୮ ଜଣ ଭୋଟ ଦେଇଥିଲେ । ନିର୍ବାଚନ ଅଧିକାରୀ ଭାବେମଳୟ ମାଧୁରୀ ତ୍ରୀପାଠୀ ଏବଂ ଉପନିର୍ବାଚନ ଅଧିକାରୀ ଭାବେ ଗିରିଜା ପଟ୍ଟନାୟକ ମନୋନିତ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିଥିଲେ । ସମସ୍ତ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ  ଜିଲା କୋର୍ଟର ସମସ୍ତ ବିଚାରପତି ଓ ସମସ୍ତ ଓକିଲ ବୃନ୍ଦ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Dharitri – Odisha’s No.1 Odia Daily

Share