AHMEDABAD, INDIA - MARCH 05: Rishabh Pant of India hits out during Day Two of the 4th Test Match between India and England at the Narendra Modi Stadium on March 05, 2021 in Ahmedabad, India. (Photo by Surjeet Yadav/Getty Images)
ଦୁବାଇ,୧୭।୯ (ପି.ଟି.)
ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅବଶିଷ୍ଟ ମ୍ୟାଚଗୁଡ଼ିକ ପାଇଁ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଧିନାୟକ ପଦ ବଜାୟ ରଖିଛନ୍ତି। ଗତବର୍ଷ ଶ୍ରେୟାସ ଆୟାରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରି ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିଲା। ଚଳିତବର୍ଷ ଆଘାତପ୍ରାପ୍ତ ଆୟାରଙ୍କ କାନ୍ଧରେ ଅସ୍ତ୍ରୋପଚାର ଯୋଗୁ ତାଙ୍କ ଅନୁପସ୍ଥିତିରେ ପନ୍ତ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ। ଟୁର୍ନାମେଣ୍ଟର ପ୍ରଥମ ଭାଗରେ ପନ୍ତଙ୍କ ଅଧିନାୟକତ୍ୱରେ ଦଳ ଭଲ ପ୍ରଦର୍ଶନ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ୬ଟି ଗେମ୍ରେ ବିଜୟ ଲାଭ କରି ୧୨ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି। ଆଇପିଏଲ୍ ୨୦୨୧ ସିଜନର ଅବଶିଷ୍ଟାଂଶ ପାଇଁ ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପଦ ବଜାୟ ରଖିଥିବା ଦଳର ସହମାଲିକ ଜେଏସ୍ଡବ୍ଲ୍ୟୁ-ଜିଏମ୍ଆର ଗୁରୁବାର ଘୋଷଣା କରିଛି। ଫ୍ରାଞ୍ଚାଇଜ୍ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏ ବିଷୟରେ ସୂଚନା ଦିଆଯାଇଛି।