Categories: Home Leftଖେଳ

ସକାଳୁ ସକାଳୁ ପଡ଼ିଲା ରାହୁଲଙ୍କ ଉଇକେଟ; ସ୍ଥିତି ସମ୍ଭାଳିଛନ୍ତି ଜାଡେଜା

ଲଡର୍‌ସ,୧୩।୮: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୨ୟ ଦିନରେ ଇଂଲଣ୍ଡ ମ୍ୟାଚ୍‌କୁ ଫେରିବା ଆରମ୍ଭ କରିଛି। ପୂର୍ବ ଦିନର ସ୍କୋର (୨୭୬/୩)ରୁ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆକୁ ପ୍ରଥମ ଓଭରରେ ଲେକେଶ ରାହୁଲ (୧୨୯)ଙ୍କ ରୂପେ ଲାଗିଥିଲା ପ୍ରଥମ ଝଟ୍‌କା। ରାହୁଲଙ୍କ ପଛେ ପଛେ କ୍ରିଜରୁ ଚାଲିଥିଲେ ଉପଅଧିନାୟକ ଅଜିଙ୍କ୍ୟ ରାହାନେ (୧)। ଲଗାତାର ଦୁଇ ଉଇକେଟ ପଡ଼ିବା ପରେ ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ବ୍ୟାଟିଂ ସମ୍ଭାଳି ଥିଲେ। ଦୁହେଁ ୬ଷ୍ଠ ଉଇକେଟ ପାଇଁ ଯୋଡ଼ିିଥିଲେ ୪୯ ରନ୍‌। ପୁଣି ଥରେ ଭଲ ଆରମ୍ଭ ପାଇବା ପରେ ବିଫଳ ହୋଇଥିଲେ ପନ୍ତ। ୩୭ (୫ ଚୌକା) ରନ୍‌ କରିଥିବା ପନ୍ତ ଏକ ବେପରୁଆ ଶଟ୍‌ରେ ଉଇକେଟ ଦାନ କରିଥିଲେ। ଖାତା ଖୋଲିପାରି ନ ଥିଲେ ମହମ୍ମଦ ଶାମି। ରବୀନ୍ଦ୍ର ଜାଡେଜା (୩୧) ଗୋଟିଏ ପକ୍ଷ ସମ୍ଭାଳି ଖେଳୁଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୭ ଉଇକେଟ ୩୪୬ ରନ୍‌ କରିଛି।