ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ ପଙ୍କଜା ମୁଣ୍ଡେ, ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ…

ସମ୍ଭାଜିନଗର,୩।୨: ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରର ଅନ୍ୟ ନେତାମାନେ ମଧ୍ୟ ବିମାନ ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରୁଛନ୍ତି। ଭାଜପା ନେତା ଏବଂ କ୍ୟାବିନେଟ ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ ସହ ଜଡିତ ଏକ ସଦ୍ୟତମ ମାମଲା ସାମ୍ନାକୁ ଆସିଛି। ପଙ୍କଜାଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ତାଙ୍କ ଯାତ୍ରାକୁ ସ୍ଥଗିତ ରଖାଯାଇଛି।

ପଙ୍କଜା ସମ୍ଭାଜିନଗରରୁ ଲାଟୁରକୁ ହେଲିକପ୍ଟର ଯୋଗେ ଯାତ୍ରା କରିବାକୁ ଯାଉଥିଲେ। ତାଙ୍କୁ ଜିଲା ପରିଷଦ ନିର୍ବାଚନ ପ୍ରଚାର ପାଇଁ ସେଠାକୁ ଯିବାର ଥିଲା। କିନ୍ତୁ ପାଇଲଟ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ବିଷୟରେ ସୂଚନା ଦେବା ପରେ ପଙ୍କଜା ତାଙ୍କ ଯାତ୍ରାକୁ ସ୍ଥଗିତ ରଖିଥିଲେ।

 

Dharitri – Odisha’s No.1 Odia Daily

 

Share