ପଞ୍ଚୁଦଣ୍ଡ ମିଳନର ଶୁଭାରମ୍ଭ: ହୁଳହୁଳି-ଘଣ୍ଟରେ କମ୍ପୁଛି ସିମନବାଡି

ଦାରିଙ୍ଗବାଡି, ୭।୪ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ମଙ୍ଗଳବାର ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ପ୍ରଥମେ ପାଞ୍ଚଟି ଦଣ୍ଡଥଳ ସିମନବାଡି ପଟ୍ଟାଖଣ୍ଡା ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ ତାଙ୍କୁ ସିମନବାଡି ପଞ୍ଚୁଦଣ୍ଡ ପରିଚାଳନା କମିଟି ପକ୍ଷରୁ ବରଣ ପୂଜା କରାଯାଇଥିଲା। ପରେ ସେଠାରୁ ବିରାଟ ଶୋଭାଯାତ୍ରାରେ ଦଣ୍ଡ ଦଳମାନେ ବୀଣାକାରଙ୍କ ସମେତ ପାଟଭୁକ୍ତା, ଅଧିକାରୀ, ଢୋଲ, ମହୁରୀ, ଘଣ୍ଟ ବଜାଇ ସିମନବାଡି ଛକରେ ଥିବା ଦୁର୍ଗା ମନ୍ଦିରରେ ପହଞ୍ଚି ସେଠାରେ ବନ୍ଦନା ଗାନ କରିଥିଲେ ଏହି ଅବସରରେ ହୁଳହୁଳି, ଘଣ୍ଟ, ଢୋଲ ଶବ୍ଦରେ ସିମନବାଡି ପ୍ରକମ୍ପିତ ହୋଇଥିଲା।

କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସଭାପତି ଅରୁଣ ସାହୁଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଗିରିଶ ଚନ୍ଦ୍ର ସାହୁ, ସରୋଜ ସାହୁ, ବିନୋଦ ସାହୁ, ଚିତ୍ତ ରଞ୍ଜନ ପ୍ରଧାନ, ବରୁଣ ବେହେରା, ବୁନା ଚୌଧରୀ,ଚିତ୍ତ ରଞ୍ଜନ ସାହୁ,କେଦାର ସାହୁ, ନାରାୟଣ ସାହୁ, ସୋନୁ ବେହେରା, ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି, ସଞ୍ଜୟ ସାହୁ, ବଳରାମ ସାହୁ, କୁଲୁ ଚୌଧରୀ,ଅଶୋକ ବେହେରା, ଜିତେନ୍ଦ୍ର ସାହୁ, କେ. ମନବୋଧ ନାୟକ, ବଣିକ ସଙ୍ଘ, ବୋଲବମ ସଙ୍ଘ ସମେତ ବିଭିନ୍ନ ଅନୁଷ୍ଠାନର ଶତାଧିକ ଲୋକ ପ୍ରମୁଖ ପରିଚାଳନା କରିଛନ୍ତି।