ରୁଦ୍ର ମହାଯଜ୍ଞ ନିମନ୍ତେ ସ୍ଥାପନ ହେଲା ଶୁଭସ୍ତମ୍ଭ, ଆସନ୍ତା ୨୨ରୁ…

ଦିଗପହଣ୍ଡି,୧୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତର ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶ୍ୱର ଶୈବପୀଠରେ ଆସନ୍ତା ୨୨ ତାରିଖଠାରୁ ଆରମ୍ଭ ହେବାକୁ ଥିବା ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ନିମନ୍ତେ ବୁଧବାର ମନ୍ଦିର ପ୍ରାଙ୍ଗଣରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ଯଜ୍ଞକର୍ତ୍ତା ରାଜେନ୍ଦ୍ର ପାଢ଼ୀ ଓ ତାଙ୍କ ସହଧର୍ମଣୀଙ୍କ ଦ୍ବାରା ଅଣାଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳକୁ ଗ୍ରାମର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ବିରାଟ ଶୋଭାଯାତ୍ରାରେ ଢୋଲ, ସଙ୍କୀର୍ତ୍ତନ ମାଧ୍ୟମରେ ଯଜ୍ଞପୀଠକୁ ପାଛୋଟି ନେଇଥିଲେ। ସେଠାରେ ପଣ୍ଡିତ ଅଶୋକ କୁମାର ପାଢ଼ୀ ପୂଜାର୍ଚ୍ଚନା କରିବା ପରେ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତିରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମହାଯଜ୍ଞ ପରିଚାଳନା କମିଟି କର୍ମକର୍ତ୍ତା ମୁରଲୀଧର ପ୍ରଧାନ, ବିଜୟ ଚନ୍ଦ୍ର ପ୍ରଧାନ, ଜାଗିଲି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରକାଶ ପ୍ରଧାନ, ବିଶ୍ୱନାଥ ପ୍ରଧାନ, ଗଣେଶ ଚନ୍ଦ୍ର ପ୍ରଧାନ, ତପ୍ତ ପଣ୍ଡା , ପ୍ରକାଶ ଚନ୍ଦ୍ର ପ୍ରଧାନ, ହରିଶ୍ଚନ୍ଦ୍ର ପ୍ରଧାନ, ଉତୁରାସି ପ୍ରଧାନଙ୍କ ସମେତ କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା, ସଭ୍ୟଙ୍କ ସମେତ ଆଖପାଖ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share