ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ଉଭୟଙ୍କ ପରିବାର ପକ୍ଷରୁ କିଛି କୁହାଯାଇ ନାହିଁି। ନିକଟରେ ଏକ ଭିଡିଓ ସୋସିଆଲ ଭିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ପଳାଶଙ୍କ ଭଉଣୀ ତଥା ଗାୟିକା ପଲକ ମୁଛଲ ଏବଂ ତାଙ୍କ ସ୍ବାମୀ ମିଥୁନ ସ୍ମୃତିଙ୍କ ପିତା ଶ୍ରୀନିବାସଙ୍କ ସହିତ ନଜର ଆସିଛନ୍ତି। ଭିଡିଓରେ ପଲକ ସ୍ମୃତିଙ୍କ ପିତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଦେଖାଯାଉଛି। ଏହି ଫୁଟେଜ ଦେଖି ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି। ସୋସିଆଲ ମିଡିଆରେ ଭିଡିଓଟି ପ୍ରକାଶ ପାଇବା ମାତ୍ରେ ଦୁଇ ପରିବାର ମଧ୍ୟରେ ସବୁକିଛି ହୋଇଯାଇଥିବା ଚର୍ଚ୍ଚା ହେଉଛି।

ଗତ ନଭେମ୍ବରରେ ପଲାଶ ଏବଂ ସ୍ମୃତିଙ୍କ ବିବାହ ସ୍ଥିର ହୋଇଥିଲା। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିଲା; କିନ୍ତୁ, ବିବାହ ଉତ୍ସବର ମାତ୍ର ଗୋଟିଏ ଦିନ ପୂର୍ବରୁ ବିବାହ ବାତିଲ କରାଯାଇଥିଲା। ବିବାହର ମାତ୍ର ଗୋଟିଏ ଦିନ ପୂର୍ବରୁ କ୍ରିକେଟରଙ୍କ ପିତା ଶ୍ରୀନିବାସ ମନ୍ଧାନା ଅସୁସ୍ଥ ହୋଇପଡ଼ିବାରୁ ବିବାହ ବାତିଲ ହୋଇଥିଲା। ତାଙ୍କ ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ବିବାହକୁ ପ୍ରଥମେ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ପଳାଶ ସ୍ମୃତିଙ୍କ ସହିତ ପ୍ରତାରଣା କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଫଳସ୍ବରୂପ ବିବାହକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଅନେକ ଲୋକ ଏହି ଭିଡିଓକୁ ପୁରୁଣା ବୋଲି ମଧ୍ୟ ଦାବି କରୁଛନ୍ତି। କିନ୍ତୁ ଭିଡିଓର ସତ୍ୟତା ସମ୍ପର୍କରେ କୌଣସି ସରକାରୀ ନିଶ୍ଚିତକରଣ ହୋଇନାହିଁ।

Dharitri – Odisha’s No.1 Odia Daily