ହସ୍ପିଟାଲ୍‌ରେ ପଲାଶ ମୁଛଲ: ଚିନ୍ତାରେ ସ୍ମୃତି ମନ୍ଧାନାଙ୍କ ପରିବାର

ନୂଆଦିଲ୍ଲୀ,୨୪।୧୧: ଭାରତୀୟ ମହିଳା କ୍ରିକେଟ ଦଳର ସୁପରଷ୍ଟାର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲ ନଭେମ୍ବର ୨୩ରେ ବିବାହ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ପରେ ବିବାହ ସ୍ଥଗିତ ରଖାଯାଇଥିଲା। ସ୍ମୃତିଙ୍କ ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାକୁ ପଡିଛି। ଏବେ ସ୍ମୃତିଙ୍କ ଭାବି ସ୍ବାମୀ ପଲାଶ ମଧ୍ୟ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଭାଇରାଲ ସଂକ୍ରମଣ ଏବଂ ଏସିଡିଟି ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି। ଏହି କାରଣରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି।

ସ୍ମୃତି ମନ୍ଧାନାଙ୍କ ପାରିବାରିକ ଡାକ୍ତର ନମନ ଶାହ କହିଛନ୍ତି, ଶ୍ରୀନିବାସ ମନ୍ଧାନା ବାମ ପାର୍ଶ୍ୱ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ତାଙ୍କ ପୁଅ ମୋତେ ଫୋନ କରିଥିଲେ। ଆମେ ଏକ ଆମ୍ବୁଲାନ୍ସ ପଠାଇଥିଲୁ ଏବଂ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି।

ଏହା ଉଲ୍ଲେଖନୀୟ ଯେ ପଳାଶ ଏବଂ ସ୍ମୃତିଙ୍କ ବିବାହ ନଭେମ୍ବର ୨୩ ରେ ହେବାର ଥିଲା। ସ୍ମୃତି ଫିଲ୍ମୀ ଶୈଳୀରେ ବିବାହ ଘୋଷଣା କରିଥିଲେ। ତାଙ୍କ ପ୍ରପୋଜର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ହଳଦୀ, ମେହେନ୍ଦି ଏବଂ ସଙ୍ଗୀତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସ୍ମୃତି ଏବଂ ପଳାଶ ମଧ୍ୟ ସଙ୍ଗୀତରେ ପରିବେଷଣ କରିଥିଲେ। ସ୍ମୃତିଙ୍କ ବାପା ମଧ୍ୟ ନାଚିଥିଲେ। କିନ୍ତୁ, ତାଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ, ସ୍ମୃତି ଏବଂ ପଳାଶଙ୍କ ବିବାହ ସ୍ଥଗିତ ରଖାଯାଇଥିଲା। ସ୍ମୃତି ଏବଂ ପଳାଶ କେବେ ବିବାହ କରିବେ ସେ ବିଷୟରେ କୌଣସି ଅପଡେଟ ନାହିଁ।

 

Dharitri – Odisha’s No.1 Odia Daily