ସ୍ମୃତି ମନ୍ଧାନାଙ୍କୁ ବଡ଼ ସର୍‌ପ୍ରାଇଜ୍‌ ଦେଲେ ପଲାଶ: ଜୀବନରେ କେବେ ଭୁଲି ପାରିବେନି ପ୍ରେମିକା: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଖୁବ ଶୀଘ୍ର ସଙ୍ଗୀତକାର ପଲାଶ ମୁଛଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ବିଶ୍ୱ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମନ୍ଧାନା ନଭେମ୍ବର ୨୩ରେ ବିବାହ କରିବେ। ବିବାହ ପୂର୍ବରୁ ପଲାଶ ଏକ ରୋମାଣ୍ଟିକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ନିଆରା ଢଙ୍ଗରେ ସ୍ମୃତିଙ୍କୁ ପ୍ରସ୍ତାବ ଦେଉଥିବାର ଦେଖାଯାଉଛି।
ପଲାଶ ବିବାହ ପୂର୍ବରୁ ମନ୍ଧାନାଙ୍କୁ ଏକ ବଡ଼ ସର୍‌ପ୍ରାଇଜ୍‌ ଦେଇଥିଲେ। ସେ ତାଙ୍କୁ ନବୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ନିର୍ବନ୍ଧ କରିଥିଲେ। ଏଠାରେ ଭାରତୀୟ ମହିଳା ଦଳ ୨୦୨୫ ବିଶ୍ୱକପ ଜିତିଥିଲା। ପଲାଶ ମୁଛଲ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ବିଶେଷ ମୁହୂର୍ତ୍ତର ଏକ ଭିଡିଓ ଶେୟାର କରିଛନ୍ତି।

ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଭିଡିଓରେ, ପଲାଶ ତାଙ୍କ ପ୍ରେମିକା ସ୍ମୃତି ମନ୍ଧାନାଙ୍କୁ ପ୍ରସ୍ତାବ ଦେଉଥିବାର ଦେଖାଯାଉଛି। ଭିଡିଓଟି ପଲାଶ ଏବଂ ସ୍ମୃତିଙ୍କ ଡିୱାଇ ପାଟିଲ ଷ୍ଟାଡିୟମରେ ପ୍ରବେଶ ସହିତ ଆରମ୍ଭ ହୁଏ। ସ୍ମୃତି ଆଖିରେ ପଟି ବାନ୍ଧିଛନ୍ତି। ସେ ଆଖିରେ ପଟି କାଢିବା ମାତ୍ରେ, ପଲାଶ ଆଣ୍ଠୁମାଡ଼ି ବସି ତାଙ୍କୁ ଗୋଲାପ ଫୁଲର ଗୁଚ୍ଛ ଏବଂ ଏକ ମୁଦି ସହିତ ପ୍ରସ୍ତାବ ଦେଇଛନ୍ତି। ସ୍ମୃତି ମନ୍ଧାନା ଆଶ୍ଚର୍ଯ୍ୟ ହୋଇ ହଁ ବୋଲି କୁହନ୍ତି। ତା’ପରେ ମନ୍ଧାନା ମଧ୍ୟ ପଳାଶଙ୍କ ଆଙ୍ଗୁଠିରେ ମୁଦି ପିନ୍ଧାନ୍ତି।
ପଲାଶ ମୁଚ୍ଛଲ ଏବଂ ସ୍ମୃତି ମନ୍ଧାନା ୨୦୧୯ରୁ ଡେଟ କରୁଛନ୍ତି। ସେମାନଙ୍କୁ ଅନେକ ଥର ଏକାଠି ଦେଖାଯାଇଛି।