ନୂଆଦିଲ୍ଲୀ, ୮।୫: ଭାରତୀୟ ସେନା ଗତ ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ‘ଅପରେଶନ ସିନ୍ଦୂର’ ର ସଫଳ କରିଛି। ଏହି ଆକ୍ରମଣରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ କ୍ୟାମ୍ପ ଉପରେ ୨୪ଟି ମିସାଇଲ ନିକ୍ଷେପ କରାଯାଇଥିଲା, ଯେଉଁଥିରେ ଲସ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ସହ ଜଡିତ ପ୍ରାୟ ୭୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହି କାର୍ଯ୍ୟାନୁଷ୍ଠାନ ମଙ୍ଗଳବାର ମଧ୍ୟରାତ୍ରିରେ ଆରମ୍ଭ ହୋଇଥିଲା।
Malala Yousafzai On Operation Sindoor: ଏହି ପରିସ୍ଥିତିରେ ପାକିସ୍ତାନୀ ନୋବେଲ ଶାନ୍ତି ପୁରସ୍କାର ବିଜେତା ମାଲାଲା ଯୋସଫଜାଇ ଉଭୟ ଦେଶକୁ ଶାନ୍ତି ଓ ସଂଯମ ଅବଲମ୍ବନ କରିବାକୁ ଆହ୍ବାନ ଦେଇଛନ୍ତି। ମଲାଲା ଏକ୍ସରେ ପୋଷ୍ଟ କରି କହିଛନ୍ତି, ଘୃଣା ଓ ହିଂସା ଆମର ସାଧାରଣ ଶତ୍ରୁ, ଆମେ ପରସ୍ପର ନୁହେଁ। ମୁଁ ଭାରତ ଓ ପାକିସ୍ତାନର ନେତାମାନଙ୍କୁ ଉତ୍ତେଜନା କମାଇବା, ନାଗରିକଙ୍କୁ, ବିଶେଷତଃ ଶିଶୁମାନଙ୍କୁ ସୁରକ୍ଷା ଦେବା ଏବଂ ବିଭାଜନକାରୀ ଶକ୍ତି ବିରୋଧରେ ଏକଜୁଟ ହେବା ପାଇଁ ଦୃଢ ଅନୁରୋଧ କରୁଛି। ମଲାଲା ନିଜେ ଆତଙ୍କବାଦର ଶିକାର ହୋଇଥିବାରୁ ତାଙ୍କ ଏହି ବାର୍ତ୍ତା ବିଶେଷ ଗୁରୁତ୍ୱ ବହନ କରୁଛି।
Malala Yousafzai On Operation Sindoor: ମଲାଲା ଏକ ସାକ୍ଷାତକାରରେ କହିଛନ୍ତି, “ପାକିସ୍ତାନ, ଭାରତ ଏବଂ ଆମର ପଡ଼ୋଶୀ ଦେଶଗୁଡ଼ିକରେ, ଆମର ସାଧାରଣ ଶତ୍ରୁ ହେଉଛି ଉଗ୍ରବାଦ, ଆତଙ୍କବାଦ ଏବଂ ହିଂସା। ଆମେ ପରସ୍ପରର ଶତ୍ରୁ ନୁହଁ।” ତାଙ୍କର ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶୀର୍ଷରେ ରହିଛି। ସେ ନିବେଦନ କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ବିଭାଜନକାରୀ ଶକ୍ତି ବିରୁଦ୍ଧରେ ଏକତ୍ରିତ ହେବା ଉଚିତ ଏବଂ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ଉଚିତ। ସେ ଏହା ମଧ୍ୟ କହିଛନ୍ତି ଯେ ଅନ୍ତର୍ଜାତୀୟ ସମୁଦାୟ ଏବେ ହସ୍ତକ୍ଷେପ କରି ଶାନ୍ତି ଏବଂ ଆଲୋଚନାକୁ ପ୍ରୋତ୍ସାହିତ କରିବା ଉଚିତ। କାରଣ କେବଳ କୂଟନୀତି ଏବଂ ସହଯୋଗ ଏହି ଅଞ୍ଚଳର ସ୍ଥିରତା ଏବଂ ସମୃଦ୍ଧିର ମୂଳଦୁଆ ହୋଇପାରିବ।
Malala Yousafzai On Operation Sindoor: ନିଜର ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟି ମଲାଲା କହିଛନ୍ତି ଯେ ସେ ନିଜେ ପାକିସ୍ତାନରେ ଉଗ୍ରବାଦ ଏବଂ ଆତଙ୍କବାଦର ଶିକାର ହୋଇଛନ୍ତି। ୨୦୧୨ ମସିହାରେ, ଯେତେବେଳେ ସେ ସ୍କୁଲକୁ ଯାଉଥିଲେ, ତାଲିବାନ ତାଙ୍କ ଉପରେ ଏକ ଘାତକ ଆକ୍ରମଣ କରିଥିଲେ। ଏହି ଅଭିଜ୍ଞତା ଯୋଗୁଁ ସେ କହିଥିଲେ ଯେ ଆମକୁ ଆତଙ୍କବାଦର ମୂଳ କାରଣ ବିଷୟରେ ଆଲୋଚନା କରିବା ଉଚିତ। ସେ ବିଶ୍ୱାସ କରନ୍ତି ଯେ କୌଣସି ବ୍ୟକ୍ତି ଜନ୍ମରୁ ଆତଙ୍କବାଦୀ କିମ୍ବା ଉଗ୍ରବାଦୀ ନୁହେଁ। ସମାଜ, ବିଚାରଧାରା ଏବଂ ପରିସ୍ଥିତି ତାଙ୍କୁ ସେହି ଦିଗରେ ଠେଲିଦିଏ। ତେଣୁ, ଆମକୁ ଶିକ୍ଷା, ଆଲୋଚନା ଏବଂ ସୁଯୋଗ ମାଧ୍ୟମରେ ସେହି ଶକ୍ତିଗୁଡ଼ିକୁ ଦୁର୍ବଳ କରିବାକୁ ପଡିବ।
Malala Yousafzai On Operation Sindoor: ବିବୃତ୍ତିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ, ମଲାଲା ୟୁସୁଫଜାଇ ଟ୍ବିଟରର ସାହାଯ୍ୟ ମଧ୍ୟ ନେଇଥିଲେ। ସେ କହିଥିଲେ, “ଘୃଣା ଏବଂ ହିଂସା ଆମର ସାଧାରଣ ଶତ୍ରୁ, ପରସ୍ପର ନୁହେଁ। ମୁଁ ଭାରତ ଏବଂ ପାକିସ୍ତାନର ନେତାମାନଙ୍କୁ ଉତ୍ତେଜନା ହ୍ରାସ କରିବାକୁ, ସାଧାରଣ ନାଗରିକମାନଙ୍କୁ, ବିଶେଷକରି ପିଲାମାନଙ୍କୁ ସୁରକ୍ଷା ଦେବାକୁ ଏବଂ ବିଭାଜନକାରୀ ଶକ୍ତି ବିରୁଦ୍ଧରେ ଏକତ୍ର ହେବାକୁ ଅନୁରୋଧ କରୁଛି।” ସେ ସାଧାରଣ ନାଗରିକ, ବିଶେଷକରି ପିଲାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଆହ୍ବାନ କରିଥିଲେ ଏବଂ ଉଭୟ ଦେଶର ର୍ନିଦ୍ଦୋଷ ପୀଡିତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ।