ଅଧା ବୟସର ପାକିସ୍ତାନୀଙ୍କୁ ବାହାହେଲେ କାନାଡା ମହିଳା

ଇସ୍‌ଲାମାବାଦ୍‌: ସୀମାପାର୍‌ ପ୍ରେମ କାହାଣୀ ବେଳକୁ ବେଳ ବଢ଼ିବାକୁ ଲାଗିଛି। ପ୍ରେମ ପାଇଁ ପାକିସ୍ତାନର ସୀମା ହାଇଦର ଭାରତ ଆସିବା, ଭାରତର ସଞ୍ଜୁ ପାକିସ୍ତାନ ଯିବା ଘଟଣା ଦେଖିବାକୁ ମିଳିଛି। ନିକଟରେ ଏପରି ସୀମାପାର୍‌ ପ୍ରେମ କାହାଣୀ ପୁଣି ସାମ୍ନାକୁ ଆସିଛି। ଏଥିରେ ଖାସ୍‌ କଥା ହେଉଛି, ପ୍ରେମୀଙ୍କ ମଧ୍ୟରେ ଥିବା ବୟସ ତାରତମ୍ୟକୁ ସେମାନେ ଅଣଦେଖା କରିଛନ୍ତି। ଜଣେ ୩୫ ବର୍ଷୀୟ ପାକିସ୍ତାନୀ ଯୁବକ କାନାଡାର ୭୦ ବର୍ଷୀୟା ମହିଳାଙ୍କୁ ବିବାହ କରିଛନ୍ତି। ରିପୋର୍ଟ ମୁତାବକ, ଯୁବକଙ୍କ ନାମ ନଇମ୍‌ ଶେହେଜାଦ୍‌। ସେ ମହିଳାଙ୍କୁ ବିବାହ କରିଥିବା ନେଇ ଅନେକ ଲୋକ ଏହାକୁ ଉଦ୍ଦେଶ୍ୟମୂଳକ ବୋଲି କହୁଛନ୍ତି। ନିକଟରେ ନଇମ୍‌ ଏନେଇ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଏକ ଦଶକ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଫେସବୁକ୍‌ରେ ବନ୍ଧୁତା ହୋଇଥିଲା। ଉଭୟ ୨୦୧୭ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ନଇମ୍‌ଙ୍କୁ ବିବାହ ପାଇଁ ମହିଳା ଜଣକ ପାକିସ୍ତାନ ଆସିଥିଲେ। ନଇମ୍‌ ତାଙ୍କ ସ୍ତ୍ରୀଙ୍କ ସହିତ କାନାଡା ଯିବାର ଯୋଜନା ରଖିଛନ୍ତି।