Feet of new born Baby in Hands of parents
ଅମୃତସର,୫।୬:ଦେଶକୁ ଫେରିବା ପାଇଁ ଅପେକ୍ଷା କରି ଅଟ୍ଟାରୀ ସୀମାରେ ଜଣେ ପାକିସ୍ତାନୀ ହିନ୍ଦୁ ମହିଳା ଏଠାରେ ଏକ ଶିଶୁ ଜନ୍ମ ଦେଇଛନ୍ତି। ପରେ ସେ ଶିଶୁର ନାମ ‘ବର୍ଡର’ ରଖିଛନ୍ତି।
ସୂଚନାଯୋଗ୍ୟ, ଭାରତରେ ଲକଡାଉନ୍ ପଡିବା ପୂର୍ବରୁ ୯୯ ଜଣ ପାକିସ୍ତାନୀ ନାଗରିକ, ନିଜ ସମ୍ପର୍କୀୟଙ୍କୁ ଭେଟିବା ଏବଂ ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଭାରତ ଆସିଥିଲେ। ସେବେଠାରୁ ସେମାନେ ଏଠାରେ ଅଟକି ରହିଥିଲେ। ଏଥିରେ ବୃଦ୍ଧ, ମହିଳା ଏବଂ ଶିଶୁ ଅନ୍ତର୍ଭୁକ୍ତ। କିଛି ବୈଷୟିକ ତ୍ରୁଟି ହେତୁ ସେମାନେ ଭାରତରୁ ନିଜ ଦେଶକୁ ଫେରିବାରେ ସକ୍ଷମ ହୋଇପାରିନାହାନ୍ତି। ପ୍ରାୟ ୭୧ ଦିନ ପୂର୍ବେ, ଏହି ପାକିସ୍ତାନୀ ନାଗରିକମାନେ ରାଜସ୍ଥାନ ସମେତ ଭାରତର ଅନ୍ୟ ରାଜ୍ୟରୁ ଅଟ୍ଟାରୀ ସୀମାରେ ପହଞ୍ଚିଥିଲେ। ଅଟ୍ଟାରୀ ସୀମାନ୍ତ ରାସ୍ତା ଦେଇ ପାକିସ୍ତାନକୁ ଫେରିବା ପାଇଁ ସେମାନଙ୍କର ଅନୁମତି ନ ଥିବାରୁ ପାକ ରେଞ୍ଜର୍ସ ସେମାନଙ୍କୁ ନେବାକୁ ମନା କରିଦେଇଥିଲେ।
ସେବେଠାରୁ ଏହି ଲୋକମାନେ ରାତି ଆଶ୍ରୟ ନେଇ ଅଟ୍ଟାରୀ ସୀମା ବାହାରେ ରହୁଛନ୍ତି। ରାତ୍ରି ଆଶ୍ରୟସ୍ଥଳରେ ରହୁଥିବା ପାକିସ୍ତାନୀ ନାଗରିକଙ୍କ ମଧ୍ୟରେ ନିମ୍ବୁ ବାଇ ନାମକ ଜଣେ ମହିଳା ଗର୍ଭବତୀ ଥିଲେ ଏବଂ ସେ ନିକଟସ୍ଥ ଡାକ୍ତରଙ୍କ ଦ୍ୱାରା ତାଙ୍କର ପରୀକ୍ଷା କରାଯାଉଥିଲା। ଡିସେମ୍ବର ୨ରେ, ସେ ହଠାତ୍ ପ୍ରସବ ବେଦନା ଆରମ୍ଭ ହେବାରୁ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଡକ୍ତରଖାନା ନିଆଯାଇଥିଲେ। ସେଠାରେ ସେ ଏକ ସୁସ୍ଥ ଶିଶୁ ଜନ୍ମ ଦେଇଥିଲେ।