Categories: ଖେଳ

ପାକିସ୍ତାନ ଖେଳାଳିଙ୍କୁ ଜରିମାନା

ଦୁବାଇ,୩ା୪: ଚଳିତ ସପ୍ତାହରେ ହାମିଲଟନଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ଲ୍ଲୋ ଓଭର ରେଟ୍‌ ପାଇଁ ପାକିସ୍ତାନ କ୍ରିକେଟ ଦଳକୁ ଜରିମାନା ହୋଇଛି।

ମ୍ୟାଚ ରେଫରି ଜେଫ୍‌ କ୍ରୋ ପାକିସ୍ତାନର ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କ ମ୍ୟାଚ୍‌ ଫି’ର ୫ ପ୍ରତିଶତ ଜରିମାନା କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଟାର୍ଗେଟଠାରୁ ପାକିସ୍ତାନ ଗୋଟିଏ ଓଭର ପଛରେ ରହି ଯାଇଥିଲା। ବୁଧବାର ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ୮୪ ରନରେ ବିଜୟ ଲାଭ କରିଥିଲା। ପାକିସ୍ତାନ ଅଧିନାୟକ ମହମ୍ମଦ ରିଜଓ୍ବାନ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଦଣ୍ଡକୁ ଗ୍ରହଣ କରିନେଇଥିଲେ।

ତେଣୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ି ନ ଥିଲା। ଶ୍ଲ୍ଲୋ ଓଭର ରେଟ୍‌ ପାଇଁ ପାକିସ୍ତାନ କ୍ରମାଗତ ଦ୍ୱିତୀୟ ଥର ଲାଗି ଦଣ୍ଡିତ ହୋଇଛି। ନାପିଏରଠାରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ ଟାର୍ଗେଟଠାରୁ ୨ ଓଭର ପଛରେ ରହିଥିବାରୁ ପାକିସ୍ତାନକୁ ୧୦ ପ୍ରତିଶତ ଜରିମାନା କରାଯାଇଥିଲା। ଏଥିରେ ଦଳ ୭୩ ରନ୍‌ରେ ପରାଜିତ ହୋଇଥିଲା।

Share