ପାକିସ୍ତାନ କ୍ଷେପଣାସ୍ତ୍ର ପାଲଟିଲା ବୁମେରାଂ

ଇସଲାମାବାଦ୍‌, ୨୧।୧: ପାକିସ୍ତାନ ପକ୍ଷରୁ ଶାହିନ୍‌-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ତେବେ ଏହା ବୁମେରାଂ ପାଲଟିଛି। କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ବହୁ ଲୋକ ଆହତ ହୋଇଛନ୍ତି। ପରୀକ୍ଷଣ ବାଲୁଚିସ୍ତାନର ଡେରା ଗାଜି ଖାଁସ୍ଥିତ ରାଖିଠାରେ କରାଯାଇଥିଲା। ଏହା ଡେରା ବୁଗ୍‌ତି ଜନ ବସତି ଅଞ୍ଚଳରେ ପଡ଼ିବାରୁ ବହୁ ଲୋକ ଆହତ ହୋଇଥିବା ବାଲୁଚିସ୍ତାନ ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। କେତେକ ଘର ଧ୍ୱଂସ ହୋଇଯାଇଛି। ବାଲୁଚିସ୍ତାନ ରିପବ୍ଲିକାନ୍‌ ପାର୍ଟିର ଶେର ମହମ୍ମଦ ବୁଗ୍‌ତି ଏନେଇ ଟୁଇଟ୍‌ କରିଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ବାଲୁଚିସ୍ତାନକୁ ସାମରିକ ପ୍ରୟୋଗଶାଳାରେ ପରିଣତ କରିଥିବା ସେ କହିଛନ୍ତି। କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଏଭଳି ଘଟିଥିବା ସେ କହିଛନ୍ତି। ମାତ୍ର ଇମ୍ରାନ୍‌ ସରକାର ନେଇ ପାକିସ୍ତାନ ସୈନ୍ୟ ବାହିନୀଙ୍କୁ ପ୍ରଶଂସା କରିଛନ୍ତି।

Share