Categories: Home Leftଖେଳ

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି। ସେମାନେ ହକି କର୍ତ୍ତୃପକ୍ଷଙ୍କ ପଦକ୍ଷେପକୁ ଅପେକ୍ଷା କରିଛନ୍ତି। ଜଣେ ଜାତୀୟ ଖେଳାଳିଙ୍କ କହିବା ଅନୁସାରେ ବାଂଲାଦେଶ ଟୁର୍‌ ଓ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ପାଇଁ ଘରୋଇ କର୍ତ୍ତୃପକ୍ଷଙ୍କ ତାଲିମ ଶିବିର, ବାଂଲାଦେଶ ଟୁର୍‌ ବ୍ୟତୀତ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଅଂଶଗ୍ରହଣ ବାବଦରେ ସେମାନଙ୍କ ଦୈନିକ ଏପର୍ଯ୍ୟନ୍ତ ପାଇ ନାହାନ୍ତି।

ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଖେଳିବା ଲାଗି ଆର୍ଜେଣ୍ଟିନା ଯିବା ପୂର୍ବରୁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ, ସରକାର ପାକିସ୍ତାନ ହକି ମହାସଂଘ (ପିଏଚ୍‌ଏଫ୍‌)କୁ ଯଥେଷ୍ଟ ପାଣ୍ଠି ଯୋଗାଇ ଦେଇଛନ୍ତି। ସେମାନଙ୍କ ବକେୟ ପାଉଣା ଶୀଘ୍ର ପ୍ରଦାନ
କରାଯିବା କିନ୍ତୁ ସେମାନେ ଇଭେଣ୍ଟ ଶେଷ କରି ଫେରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ବକେୟା ପାଉଣା କ୍ଲିଅର କରାଯାଇ ନାହିଁ।