କଚ୍ଛ ଆକାଶରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ: ବ୍ଲାକ ଆଉଟ୍‌ ହେଲା ସହର

କଚ୍ଛ,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। LoCରେ ପାକିସ୍ତାନ ଗୁଳିଗୋଳା, ଡ୍ରୋନ ଆକ୍ରମଣ କରିଥିବା ବେଳେ ଗୁଜରାଟର କଚ୍ଛ ଆକାଶରେ ମଧ୍ୟ ଉଡ଼ିଛି ପାକିସ୍ତାନୀ ଡ୍ରୋନ। ଏନେଇ ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଘଭି ସୂଚନା ଦେଇଛନ୍ତି।

କଚ୍ଛ ଆକାଶରେ ଏକାଧିକ ଡ୍ରୋନ ଠାବ ହୋଇଥିବା ସେ କହିଛନ୍ତି। ଏନେଇ କଚ୍ଛ ସହରକୁ ସମ୍ପୂର୍ଣ୍ଣ ବ୍ଲାକ ଆଉଟ କରାଯାଇଛି।