ଆପାର୍ଟମେଣ୍ଟରୁ ମିଳିଲା ଅଭିନେତ୍ରୀଙ୍କ ଗଳିତ ମୃତଦେହ, ପ୍ରଶଂସକ ସ୍ତବ୍ଧ; ମୃତ୍ୟୁକୁ ନେଇ…

ଇସଲାମାବାଦ: ପାକିସ୍ତାନର ଖ୍ୟାତନାମା ଅଭିନେତ୍ରୀ ହୁମାଇରା ଅସଗର ଆଉ ନାହାନ୍ତି। କରାଚି ସ୍ଥିତ ନିଜ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଜବତ କରାଯାଇଛି। ସନ୍ଦିଗ୍ଧ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ପୋଲିସ ମୃତଦେହ ଜବତ କରିବା ବେଳକୁ ତାହା ଅଧିକାଂଶ ପଚି ଯାଇଥିଲା। ଏହା ଜଣାପଡ଼ିବା ପରେ ହୁମାଇରାଙ୍କ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି।
ଗତ ୭ ବର୍ଷ ଧରି ହୁମାଇରା ନିଜର ଫ୍ଲାର୍ଟରେ ଏକାକି ରହୁଥିଲେ। ହେଲେ କିଛିଦିନ ଧରି ପଡ଼ୋଶୀ ତାଙ୍କୁ ଦେଖିବାକୁ ପାଇ ନ ଥିଲେ। ପରେ କିଛି ଦୁର୍ଗନ୍ଧ ମଧ୍ୟ ଆସିଥିଲା। ପଡୋଶୀମାନେ ଏନେଇ ପୋଲିସକୁ ଖବର ଦେଇଥିଲେ। ମଙ୍ଗଳବାର ଅପରାହ୍ନ ୩ଟାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କବାଟ ଭାଙ୍ଗି ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା।
ଏଯାବତ ହୁମାଇରାଙ୍କ ନିଧନର କାରଣ ଜଣାପଡ଼ି ନ ଥିବା ବେଳେ ପୋଲିସ ଲଗାତାର ଯାଞ୍ଚ କରୁଛି। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।