Pakistan's player pose at the end of the third Twenty20 international cricket match between Pakistan and Zimbabwe at the Rawalpindi Cricket Stadium in Rawalpindi on November 10, 2020. (Photo by Aamir QURESHI / AFP) (Photo by AAMIR QURESHI/AFP via Getty Images)
ରାଓ୍ବଲପିଣ୍ଡି, ୧୧ା୧୧-ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଖେଳାଯାଇଥିବା ଜିମ୍ବାଓ୍ବେ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ପାକିସ୍ତାନ ୮ଉଇକେଟରେ ବିଜୟ ହାସଲ କରିଛି। ଏଥିସହ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୦ରେ ଜିତିନେଇଛି। ମଙ୍ଗଳବାର ଅନୁଷ୍ଠିତ ଅନ୍ତିମ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ବେ ନିର୍ଦ୍ଧାରିତ ୨୦ ଓଭରରେ ୯ଉଇକେଟ ହରାଇ ୧୨୯ ରନ କରିଥିଲା। ଅଧିନାୟକ ଚାମୁ ଚିଭାବା ୩୧, ଡୋନାଲ୍ଡ ତିରିପାନୋ ୨୮ ଏବଂ ମିଲ୍ଟନ ଶୁମ୍ବା ଓ ଓ୍ବେଲିଂଟନ ମାସାକାଡ୍ଜା ୧୧ରନ ଲେଖାଏଁ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଏଲଟନ ଚିଗୁମ୍ବୁରାଙ୍କର ଏହା ଥିଲା ଅନ୍ତର୍ଜାତୀୟ ଫେୟାରଓ୍ବେଲ ମ୍ୟାଚ। ସେ ମାତ୍ର ୨ ରନ କରିଥିଲେ। ଘରୋଇ ପାକିସ୍ତାନ ଦଳର ସଫଳ ବୋଲର ଉସ୍ମାନ କାଦିର ମାତ୍ର ୧୩ ରନ ବିନିମୟରେ ୪ ଉଇକେଟ ହାସଲ କରିଥିଲେ। ଇମାଦ ଓ୍ବାସିମ ୨ ଏବଂ ମହମ୍ମଦ ହାସନେନ୍ ଓ ହାରିସ୍ ରଫ୍୍ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ପାକିସ୍ତାନ ୧୩୦ରନର ବିଜୟ ଲକ୍ଷ୍ୟକୁ ୧୫.୨ ଓଭରରେ ମାତ୍ର ୨ଉଇକେଟ ବିନିମୟରେ ହାସଲ କରି ନେଇଥିଲା। ଅବ୍ଦୁଲ୍ଲା ସଫିକ୍ ୪୧ ଏବଂ ଖୁସ୍ଦିଲ୍ ଶାହା ୩୬ ରନ କରି ଅପରାଜିତ ରହିଥିଲେ। ହାଇଦର ଅଲୀ ୨୭ ଏବଂ ଫଖର ଜମାନ ୨୧ ରନ କରିଥିଲେ। ମାସାକାଡ୍ଜା ଓ ଶୁମ୍ବା ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଉସ୍ମାନ କାଦିର ଉଭୟ ମ୍ୟାନ ଅଫ୍ ଦି ମ୍ୟାଚ ଓ ମ୍ୟାନ୍ ଅଫ୍ ଦି ସିରିଜ ବିବେଚିତ ହୋଇଥିଲେ। ଜିମ୍ବାଓ୍ବେ ବର୍ତ୍ତମାନ ଗୋଟିଏ ଅନ୍ତର୍ଜାତୀୟ ଦିନିକିଆରେ ବିଜୟ ସହ ସ୍ବଦେଶ ଫେରିବ। ପାକିସ୍ତାନ ଏହି ହ୍ବାଇଟ୍ ବଲ ସିରିଜରୁ ଦୃଢ଼ ଆତ୍ମବିଶ୍ୱାସ ସହ ପାକିସ୍ତାନ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଟୁର୍ରେ ଯିବ। ସେଠାରେ ଏକ ପୂର୍ଣ୍ଣାଙ୍ଗ ଟୁର୍ ଡିସେମ୍ବର ୧୮ରୁ ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର
ଜିମ୍ବାଓ୍ବେ: ୨୦ ଓଭରରେ ୧୨୯/୯ (ଚିଭାବା-୩୧, ତିରିପାନୋ-୨୮, ଉସ୍ମାନ କାଦିର-୪/୧୩, ଇମାଦ ଓ୍ବାସିମ୍-୨/୨୭)।
ପାକିସ୍ତାନ: ୧୫.୨ ଓଭରରେ ୧୩୦/୨ (ଅବ୍ଦୁଲ୍ଲା ସଫିକ୍-୪୧*, ଖୁସ୍ଦିଲ୍ ଶାହା-୩୬*, ହାଇଦର ଅଲୀ-୨୭, ଫଖର ଜମାନ-୨୧, ମାସାକାଡ୍ଜା-୧/୧୯, ଶୁମ୍ବା-୧/୨୮)।