Pakistan's captain Babar Azam (C) plays a shot as Zimbabwe's Sean Williams (bottom) watches during the first Twenty20 cricket match between Pakistan and Zimbabwe at the Rawalpindi Cricket Stadium in Rawalpindi on November 7, 2020. (Photo by Aamir QURESHI / AFP) (Photo by AAMIR QURESHI/AFP via Getty Images)
ରାଓ୍ବଲପିଣ୍ଡି: ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଅନୁଷ୍ଠିତ ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ପାକିସ୍ତାନ ୬ ଉଇକେଟରେ ବିଜୟ ହାସଲ କରିଛି। ଶନିବାର ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ବେ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୫୬ ରନ କରିଥିଲା। ଜବାବରେ ଘରୋଇ ଦଳ ପାକିସ୍ତାନ ୧୮.୫ ଓଭରରେ ୪ ଉଇକେଟ ବିନିମୟରେ ୧୫୭ ରନ କରି ମ୍ୟାଚ ଜିତିନେଇଥିଲା। ଏହି ବିଜୟ ଦ୍ୱାରା ପାକିସ୍ତାନ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି।
ସଂକ୍ଷିପ୍ତ ସ୍କୋର
ଜିମ୍ବାଓ୍ବେ: ୨୦ ଓଭରରେ ୧୫୬/୬ (ମାଧେଭେରେ-୭୦*, ସିନ୍ ଓ୍ବିଲିୟମ୍ସ-୨୫, ଚିଗୁମ୍ବୁରା-୨୧, ବ୍ରାଣ୍ଡନ ଟେଲର-୨୦, ହାରିସ ରଫ୍-୨/୨୫, ରିଆଜ-୨/୩୭)।
ପାକିସ୍ତାନ: ୧୮.୫ ଓଭରରେ ୧୫୭/୪ (ବାବର ଆଜାମ-୮୨, ମହମ୍ମଦ ହାଫିଜ୍-୩୬, ବ୍ଲେସିଂ ମୁଜାରାବାନି-୨/୨୬)।