Pakistan Train Hijack: ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡରେ ୬ ଯବାନ ମୃତ! ଟ୍ରେନ ଡାଇଭର…

ଇସଲାମବାଦ,୧୧।୩: ପାକିସ୍ତାନରେ ଟ୍ରେନ ହାଇଜାକ୍‌ କରିଛନ୍ତି ଆତଙ୍କବାଦୀ। ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ଜାଫର ଏକ୍ସପ୍ରେସକୁ ହାଇଜ୍ୟାକ୍‌ କରିଛି। କେବଳ ଏତିକି ନୁହେଁ, ବାଲୁଚ ସେନା ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ବନ୍ଧକ ରଖିଛି। ବାଲୁଚ ଲିବରେଶନ ଆର୍ମି ସୋସିଆଲ ମିଡିଆରେ ଟ୍ରେନ ଅପହରଣ ସମ୍ପର୍କରେ ସୂଚନା ଦେଇଛି।

ଶହେ ଯାତ୍ରୀଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ଥିବା ସୂଚନା ମିଳିଛି। ଅପହରଣ ପାଇଁ ନିଜକୁ ଦାୟୀ କରିଛି ବେଲୁଚିସ୍ତାନ ଲିବରେଶନ ଆର୍ମି। ଟ୍ରେନଟି କ୍ବେଟାରୁ ପେଶାୱର ଯାଉଥିବା ବେଳେ ଅପହରଣ ହୋଇଛି। କ୍ୱେଟା-ପେଶାୱାର ଜାଫର ଏକ୍ସପ୍ରେସରେ କିଛି ସଶସ୍ତ୍ର ଲୋକଙ୍କ ଗୁଳିରେ ଟ୍ରେନ ଡ୍ରାଇଭର ଆହତ ହୋଇଛନ୍ତି। କାଚ ଜିଲାର ପେରୁ କାନାରି ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି। ପାକିସ୍ତାନ ନ୍ୟୁଜ ଚ୍ୟାନେଲ କହିଛି ଯେ ଆକ୍ରମଣକାରୀମାନେ ପ୍ରଥମେ ରେଳ ଟ୍ରାକକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ ଏବଂ ପରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରେନ ଉପରେ ଗୁଳି ଚଳାଇଥିଲେ। ଆକ୍ରମଣ ପରେ ଟ୍ରେନରେ ଉପସ୍ଥିତ ସୁରକ୍ଷା ଅଧିକାରୀ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା।

ପାକିସ୍ତାନଠାରୁ ବେଲୁଚିସ୍ତାନର ସୱାଧୀନତା ଚାହୁଁଥିବା ବାଲୁଚ ଲିବରେସନ ଆର୍ମି (BLA) ଏକ ବିବୃତ୍ତିରେ କହିଛି ଯେ, ଆମେ ଏକ ଟ୍ରେନକୁ ହାଜ୍ୟାକ୍‌ କରିଛୁ। ଏବଂ ଯାତ୍ରୀମାନଙ୍କୁ ବନ୍ଧକ ରଖିଛୁ। ରେଳବାଇ ଅଧିକାରୀମାନେ ନ୍ୟୁଜ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ ଜାଫର ଏକ୍ସପ୍ରେସ, ନଅଟି କୋଚରେ ପ୍ରାୟ ୪୦୦ ଯାତ୍ରୀଙ୍କୁ ନେଇ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର କ୍ୱେଟାରୁ ଖାଇବର ପଖତୁନଖୱାର ପେଶାୱାରକୁ ଯାତ୍ରା କରୁଥିବା ବେଳେ ଏହା ଉପରେ ଗୁଳିଚାଳନା କରାଯାଇଥିଲା। ଏପରି ପରିସ୍ଥିତିରେ, ଏବେ ପ୍ରଶ୍ନ ଉଠୁଛି ଯେ ଏହି ବାଲୁଚ ଲୋକମାନେ କିଏ ଯେଉଁମାନେ ପାକିସ୍ତାନ ସରକାର ଏବଂ ଏହାର ସେନା ପାଇଁ ସମସ୍ୟା ପାଲଟିଛନ୍ତି।