ଭାରତକୁ ଧୋକା ଦେଲେ ଟ୍ରମ୍ପ, ଲୁଚେଇକି ପାକିସ୍ତାନକୁ ଦେଇଦେଲେ…

ଓ୍ବାଶିଂଟନ୍‌,୮।୧୦: ଅପରେଶନ ସିନ୍ଦୁର ପରଠାରୁ ଆମେରିକା ଏବଂ ପାକିସ୍ତାନ ନିକଟତର ହେବାରେ ଲାଗିଛନ୍ତି। ଦୁଇ ଦେଶ ମଧ୍ୟରେ ହୋଇଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ଚୁକ୍ତିରୁ ଏହାର ନୂତନ ପ୍ରମାଣ ମିଳିଛି। ପାକିସ୍ତାନ ଆମେରିକାଠାରୁ AIM-୧୨୦ ଆଡଭାନ୍ସଡ ମଧ୍ୟମ-ଦୂର୍ଗାମୀ ଏୟାର-ଟୁ-ଏୟାର ମିସାଇଲ (AMRAAM) ପାଇବାର ସମ୍ଭାବନା ଅଛି। ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଯୁଦ୍ଧ ବିଭାଗ (DoW) ଦ୍ୱାରା ସମ୍ପ୍ରତି ଅଧିସୂଚିତ ଅସ୍ତ୍ରଶସ୍ତ୍ର ଚୁକ୍ତିନାମାରେ ପାକିସ୍ତାନ AIM-୧୨୦ AMRAAM କ୍ରେତାଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ।

ରିପୋର୍ଟ ଅନୁଯାୟୀ, ବିଜ୍ଞପ୍ତିରେ କୁହାଯାଇଛି, ଏହି ଚୁକ୍ତିନାମାରେ ବ୍ରିଟେନ, ପୋଲାଣ୍ଡ, ପାକିସ୍ତାନ, ଜର୍ମାନୀ, ଫିନଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ରୋମାନିଆ, କତାର, ଓମାନ, କୋରିଆ, ଗ୍ରୀସ, ସ୍ବିଜରଲ୍ୟାଣ୍ଡ, ପର୍ତ୍ତୁଗାଲ, ସିଙ୍ଗାପୁର, ନେଦରଲ୍ୟାଣ୍ଡ, ଚେକ ଗଣରାଜ୍ୟ, ଜାପାନ, ସ୍ଲୋଭାକିଆ, ଡେନମାର୍କ, କାନାଡା, ବେଲଜିୟମ, ବାହାରିନ, ସାଉଦି ଆରବ, ଇଟାଲୀ, ନରୱେ, ସ୍ପେନ, କୁଏତ, ଫିନଲ୍ୟାଣ୍ଡ, ସ୍ବିଡେନ, ତାଇୱାନ, ଲିଥୁନିଆ, ଇସ୍ରାଏଲ, ବୁଲଗେରିଆ, ହଙ୍ଗେରୀ ଏବଂ ତୁର୍କୀକୁ ବିଦେଶୀ ସାମରିକ ବିକ୍ରୟ ଅନ୍ତର୍ଭୁକ୍ତ। ପାକିସ୍ତାନକୁ କେତେ ନୂତନ AMRAAM କ୍ଷେପଣାସ୍ତ୍ର ଯୋଗାଇ ଦିଆଯିବ ତାହା ସ୍ପଷ୍ଟ ହୋଇନଥିବା ବେଳେ, ଏହି ଖବର ପାକିସ୍ତାନ ବାୟୁସେନାର F-୧୬ ଫ୍ଲିଟର ଉନ୍ନତି ବିଷୟରେ ଅନୁମାନ ସୃଷ୍ଟି କରିଛି।

Dharitri – The Most Trusted Odia Daily of Odisha

 

Share
Tags: donald trump