ତୈମୂର କ୍ଷେପଣାସ୍ତ୍ର ପରୀକ୍ଷାକଲା ପାକିସ୍ତାନ: ଜାଣନ୍ତୁ ଏହାର ଲକ୍ଷ୍ୟଭେଦ କ୍ଷମତା…

ଇସ୍‌ଲାମାବାଦ,୩ା୧: ପାକିସ୍ତାନ ବାୟୁସେନା ଶନିବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତୈମୂର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୬୦୦ କିଲୋମିଟର ରହିଛି।

ଏହି ପରୀକ୍ଷା ପାକିସ୍ତାନର ଜାତୀୟ ଏରୋସ୍ପେସ୍‌ ଏବଂ ପ୍ରତିରକ୍ଷା ସାମର୍ଥ୍ୟ ବଢ଼ାଇବାରେ ଏକ ଉଲ୍ଲେଖନୀୟ ସଫଳତା ବୋଲି ସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ତୈମୂର ଏୟାରଲଞ୍ଚଡ୍‌ କ୍ରୁଜ୍‌ ମିଶାଇଲ ଶତ୍ରୁ ଦେଶ ଓ ସମୁଦ୍ରରେ ଥିବା ଟାର୍ଗେଟକୁ ମୁକାବିଲା କରିବାରେ ସମର୍ଥ। ପାରମ୍ପରିକ ଅସ୍ତ୍ର ନେଇ ଏହା ୬୦୦ କି.ମି. ଦୂରତା ପର୍ଯ୍ୟନ୍ତ ଠିକ୍‌ ଟାର୍ଗେଟକୁ ଆକ୍ରମଣ କରିପାରିବ। ଆଧୁନିକ ନାଭିଗେଶନ ଏବଂ ଗାଇଡାନ୍ସ ସିଷ୍ଟମ ସହାୟତାରେ ତୈମୂରକୁ ଏଭଳି ଡିଜାଇନ୍‌ କରାଯାଇଛି, ଯାହା ବହୁତ କମ୍‌ ଉଚ୍ଚତାରେ ଉଡ଼ି ଶତ୍ରୁ ପକ୍ଷର ଏୟାର ଏବଂ ମିଶାଇଲ ଡିଫେନ୍ସ ସିଷ୍ଟମକୁ ସଫଳତାର ସହ ଅତିକ୍ରମ କରିପାରିବ। ଏହି କ୍ଷେପଣାସ୍ତ୍ର ପାକିସ୍ତାନର ମୋଟାମୋଟି ପ୍ରତିରକ୍ଷା ସ୍ଥିତିକୁ ଅଧିକ ସୁଦୃଢ଼ କରିବ ବୋଲି ସେନା କହିଛି।

Share