ନୂଆଦିଲ୍ଲୀ,୧୭।୮: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏସିଆ କପ୍ ୨୦୨୫ ଓ ଆଫଗାନିସ୍ତାନ ତଥା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସହିତ ତ୍ରି-ଦେଶୀୟ ସିରିଜ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟାର ଖେଳାଳି ବାବର ଆଜମ ଓ ମହମ୍ମଦ ରିଜୱାନଙ୍କୁ ଦଳରୁ ବାଦ ଦିଆଯାଇଛି। ସଲମାନ ଅଲି ଆଘା ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ, ଆଉ ମହମ୍ମଦ ହାରିସ ଉଇକେଟ୍ ରକ୍ଷକ ଭାବେ ଦଳରେ ସ୍ଥାନ ପାଇଛନ୍ତି।
ଦଳରେ ଶାହିନ ଶାହ ଆଫ୍ରିଦି, ଫଖର ଜମାନ, ହାରିସ ରୌଉଫ, ହାସନ ଆଲି, ଫାହିମ ଆଶ୍ରାଫ, ସାଇମ ଆୟୁବ ଓ ହାସନ ନୱାଜ ସାମିଲ ଅଛନ୍ତି। ଏସିଆ କପ୍ ୨୦୨୫ ୟୁଏଇରେ ୯ରୁ ୨୮ ସେପ୍ଟେମ୍ବର ମଧ୍ୟରେ ହେବ। ପାକିସ୍ତାନ ଗ୍ରୁପ୍ ‘ଏ’ରେ ଭାରତ, ୟୁଏଇ ଓ ଓମାନ ସହ ରହିଛି। ସେମାନେ ଓମାନ ବିପକ୍ଷରେ ୧୨, ଭାରତ ବିପକ୍ଷରେ ୧୪ ଓ ୟୁଏଇ ବିପକ୍ଷରେ ୧୭ ସେପ୍ଟେମ୍ବରରେ ଖେଳିବେ।
୨୦୨୩ ଏସିଆ କପରେ ପାକିସ୍ତାନ ଫାଇନାଲରେ ପହଞ୍ଚି ପାରିନଥିଲେ। ୨୦୨୨ରେ ସେମାନେ ଶ୍ରୀଲଙ୍କାଠାରୁ ଫାଇନାଲରେ ହାରି ରନର୍ସ ଅପ୍ ହୋଇଥିଲେ।
ପାକିସ୍ତାନ ଦଳ: ସଲମାନ ଅଲି ଆଘା (ଅଧିନାୟକ), ଆବ୍ରାର ଆହମେଦ, ଫାହିମ ଆଶ୍ରାଫ, ଫଖର ଜାମାନ, ହାରିସ ରାଉଫ, ହାସନ ଆଲି, ହାସନ ନୱାଜ, ହୁସେନ ତାଲାତ, ଖୁଶଦିଲ ଶାହ, ମହମ୍ମଦ ହାରିସ, ମହମ୍ମଦ ନୱାଜ, ମହମ୍ମଦ ୱାସିମ ଜୁନିୟର, ସାହିବଜାଦା ଫରହାନ, ସାଇମ ଆୟୁବ, ସଲମାନ ମିର୍ଜା, ଶାହିନ ଶାହ ଆଫ୍ରିଦି, ସୁଫୟାନ ମୋକିମ।