ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର

ଇସଲାମାବାଦ,୧୭।୬: ପାକିସ୍ତାନରେ ୨ ଜଣ ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଲାହୋରଠାରୁ ୩୦୦ କିମି ଦୂର ଭୱାଲ ନଗର ଫୋର୍ଟ ଆବାସରେ ଏହି ଅଭାବନୀୟ ଘଟଣା ଘଟିଛି। ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ସମ୍ପୃକ୍ତ ୨ ଭଉଣୀଙ୍କୁ ୨ ଜଣ ବ୍ୟକ୍ତି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଉଭୟ ସମ୍ପର୍କରେ ଦୁଇ ଭଉଣୀ ବୋଲି ଜଣାପଡିଛି। ଦୁଇ ଭଉଣୀଙ୍କୁ ଜଣକର ବୟସ ୧୬ ହୋଇଥିବା ବେଳେ ଅନ୍ୟ ଜଣକର ୧୭ ହେବ।
ସୂଚନାଯୋଗ୍ୟ, ଦୁଇଭଉଣୀ ପରିସ୍ରା କରିବାକୁ ଘରୁ ବାହାରକୁ ଯାଇଥିବାବେଳେ ସମ୍ପୃକ୍ତ ୨ ଜଣ ବ୍ୟକ୍ତି ଆସି ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ବଳାତ୍କାର କରିଥିଲେ। ବଳାତ୍କାର ପରେ ଅଭିଯୁକ୍ତ ଦ୍ୱୟ ଫେରାର ଥିଲେ। କିନ୍ତୁ ପୋଲିସ ପରେ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ କୋର୍ଟରୁ ଆଗୁଆ ଜାମିନ ପାଇଛନ୍ତି।

Share