Categories: Home Middleଖେଳ

ପାକିସ୍ତାନ ଏସିଆ କପ୍‌ରୁ ଓହରିଲା: ଭାରତ ସହ ହ୍ୟାଣ୍ଡସେକ ବିବାଦ ପରେ ବଏକଟ

ଦୁବାଇ,୧୭।୯: ପାକିସ୍ତାନ କ୍ରିକେଟ ଦଳ ଏସିଆ କପ୍ ୨୦୨୫ରୁ ଓହରି ଯାଇଛି। ଭାରତ ବିପକ୍ଷ ମ୍ୟାଚ ସମୟରେ ମ୍ୟାଚ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ନେଇ ହ୍ୟାଣ୍ଡସେକ ବିବାଦ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସଲମାନ ଆଘାଙ୍କ ନେତୃତ୍ୱାଧୀନ ଦଳକୁ UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଗ୍ରୁପ୍ ମ୍ୟାଚ ବଏକଟ କରିବାକୁ ନିର୍ଦ୍ଦେଶ ଦେଇଛି।

ମ୍ୟାଚ ଭାରତୀୟ ସମୟ ରାତି ୮ଟା (ସ୍ଥାନୀୟ ସମୟ ସନ୍ଧ୍ୟା ୬ଟା)ରେ ଆରମ୍ଭ ହେବାର ଥିଲା। UAE ଦଳ ଷ୍ଟାଡିୟମ ଅଭିମୁଖେ ଯାଇଥିବା ବେଳେ ପାକିସ୍ତାନ ଖେଳାଳିମାନେ ହୋଟେଲ ରୁମ୍‌ରେ ରହିଛନ୍ତି। ପାଇକ୍ରଫ୍ଟଙ୍କୁ ରେଫେରୀ ଦାୟିତ୍ୱରୁ ହଟାଇବା ପାଇଁ ପିସିବିର ଦାବି ଆଇସିସି ପ୍ରତ୍ୟାଖ୍ୟାନ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପିସିବି ଓ ଆଇସିସି ପକ୍ଷରୁ ମ୍ୟାଚର ସ୍ଥିତି କିମ୍ବା ପରିଣାମ ସମ୍ପର୍କରେ କୌଣସି ଆନୁଷ୍ଠାନିକ ବିବୃତି ଜାରି ହୋଇନାହିଁ।