ବିଳିବିଳଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ: ହଠାତ୍‌ ଅସୀମ ମୁନିରଙ୍କୁ ବୈଠକ ମଝିରେ ଠିଆ କରାଇ କହିଲେ…

ଇସଲାମାବାଦ୍‌,୨୯।୫: ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଛି। ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବିଦେଶ ଗସ୍ତରେ ଯାଇଛନ୍ତି। ସେ ଯେଉଁଠିକୁ ଯାଉଛନ୍ତି ସେଠାରେ କହୁଛନ୍ତି ଯେ, ପାକିସ୍ତାନ ଭାରତକୁ କଡ଼ା ଜବାବ ଦେଇଛି। କେବଳ ଏତିକି ନୁହେଁ, ଶେହବାଜ ପାକ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ସବୁଠି ଠିଆ କରାଇଛନ୍ତି ଏବଂ ତାଙ୍କ ମିଛ ପ୍ରଶଂସା କରିଛନ୍ତି। ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଶେହବାଜ ତାଙ୍କ ଭାଷଣ ସମୟରେ ତୁର୍କୀରେ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ଠିଆ କରାଇଛନ୍ତି।

ପାକ ପ୍ରଧାନମନ୍ତ୍ରୀ ପାକିସ୍ତାନ-ତୁର୍କୀ-ଆଜରବାଇଜାନ ତ୍ରିପାକ୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ସେ ଏହି ସମୟରେ ମିଛ କହିବାରୁ ବିରତ ହୋଇ ନ ଥିଲେ। ଅପରେଶନ ସିନ୍ଦୂର ବିଷୟରେ ଉଲ୍ଲେଖ କରି ଶେହବାଜ କହିଛନ୍ତି, ଭାରତ ଆମ ଉପରେ ଆକ୍ରମଣ କରିଛି। ପ୍ରତିଶୋଧ ସ୍ବରୂପ, ପାକ ବାୟୁସେନା ନିଜର ଶକ୍ତି ପ୍ରଦର୍ଶନ କରି ଭାରତର ୬ଟି ବିମାନକୁ ଖସାଇ ଦେଇଛି। ଶେହବାଜ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ପ୍ରଶଂସା କରିଛନ୍ତି। ସେ ତାଙ୍କୁ ସମସ୍ତଙ୍କ ସହ ପରିଚିତ କରାଇବା ପାଇଁ ବୈଠକ ମଝିରେ ଠିଆ କରାଇଛନ୍ତି।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଏଥିରେ ପାକିସ୍ତାନ ସାମିଲ ଥିଲା, କିନ୍ତୁ ଶେହବାଜ ଏହି ପ୍ରସଙ୍ଗରେ ମଧ୍ୟ ମିଛ କହିଛନ୍ତି। ସେ କହିଛନ୍ତି, ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ। ଭାରତ ଏପର୍ଯ୍ୟନ୍ତ ପାକିସ୍ତାନ ବିରୋଧରେ କୌଣସି ବିଶ୍ୱସନୀୟ ପ୍ରମାଣ ଉପସ୍ଥାପନ କରିପାରିନାହିଁ ଏବଂ ପହଲଗାମ ଘଟଣାର ତଦନ୍ତ ମଧ୍ୟ କୌଣସି ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା କରାଇନାହିଁ। ଭାରତ ଆମର ପ୍ରସ୍ତାବକୁ ଗ୍ରହଣ କରିନାହିଁ।

ଶେହବାଜ ନିଜେ ସ୍ବୀକାର କରିଛନ୍ତି, ସେ ଫଜର ନମାଜ ପରେ ଭାରତ ଉପରେ ଆକ୍ରମଣ କରିବାକୁ ଯାଉଥିଲେ, କିନ୍ତୁ ଭାରତ ପୂର୍ବରୁ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରିଥିଲା। ଅପରେଶନ ସିନ୍ଦୂର ପରେ ପାକିସ୍ତାନୀ ସେନା ଭାରତୀୟ ସହରଗୁଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ସେନା ପ୍ରତିଶୋଧରେ ଏହାକୁ ଏକ ଶକ୍ତ ଧକ୍କା ଦେଇଥିଲା। ସେନା ପାକିସ୍ତାନର ମୁରିଦକେ ଏବଂ ନୁରଖାନ ଏୟାରବେସକୁ ବହୁତ କ୍ଷତି ପହଞ୍ଚାଇଥିଲା।

Share