Categories: Home Middleଖେଳ

ସେମିରେ ପହଞ୍ଚିଲା ଅପରାଜେୟ ପାକିସ୍ତାନ

ଆବୁଧାବି,୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଅପରାଜେୟ ଧାରା ରଖିଛି ପାକିସ୍ତାନ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ବାବର ଆଜାମଙ୍କ ଦଳ ୪୫ ରନ୍‌ରେ ନାମ୍ବିଆକୁ ହରାଇ ଦେଇଛି। ସୁପର-୧୨ ପର୍ଯ୍ୟାୟରେ ଏହା ପାକିସ୍ତାନର କ୍ରମାଗତ ୪ର୍ଥ ବିଜୟ। ୪ ମ୍ୟାଚ୍‌ରୁ ୮ ପଏଣ୍ଟ ସହ ପାକିସ୍ତାନ ପ୍ରଥମ ଦଳ ଭାବେ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି।

ପୂର୍ବ ମ୍ୟାଚ୍‌ ଭଳି ଏଥର ମଧ୍ୟ ଟସ୍‌ ଜିତି ଥିଲେ ବାବର ଆଜାମ। କିନ୍ତୁ ଏଥର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ବାବର ୭୦ ( ୭ ଚୌକା) ଓ ରିଜଓ୍ବାନଙ୍କ ଯୋଡ଼ି ୧୪.୧ ଓଭରରେ ଯୋଡ଼ିଥିଲେ ୧୧୩ ରନ୍‌। ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଥର ପାଇଁ ଦୁହେଁ ଶତକୀୟ ଭାଗିଦାରୀ କରିଛନ୍ତି। ଦୁଇ ଓଭର ମଧ୍ୟରେ ଦୁଇ ଉଇକେଟ ହରାଇଥିଲା ପାକିସ୍ତାନ। ତା’ ପରେ ମହମ୍ମଦ ହାଫିଜ (୩୨ ରନ୍‌, ୧୬ ବଲ, ୫ ଚୌକା)ଙ୍କ ସହ ମିଶି ରିଜଓ୍ବାନ ଅନ୍ତିମ ଅନ୍ତିମ ୫ ଓଭରରେ ୫୧ ରନ୍‌ ଯୋଡ଼ିଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ରିଜଓ୍ବାନ ଖେଳିଥିଲେ ୭୯ ରନ୍‌ର ଦର୍ଶନୀୟ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୮ ଚୌକା ଓ ୪ ଛକା।

ଜବାବରେ ପାକିସ୍ତାନର ଶକ୍ତିଶାଳୀ ବୋଲିଂ ବିଭାଗ ସ୍କଟଲାଣ୍ଡର ବ୍ୟାଟରଙ୍କୁ ସୁଯୋଗ ଦେଇ ନ ଥିଲେ। ଡେଭିଡ୍‌ ଭିଜ ୪୩, କ୍ରେଗ ଓ୍ବିଲିୟମ ୪୦ ଓ ଷ୍ଟିଫେନ ବାର୍ଡ (୨୯)ଙ୍କ ଯୋଗୁ ନାମିବିଆ ୫ ଉଇକେଟ ହରାଇ ୧୪୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Share