ଦୁବାଇ,୨୧।୯: ଏସିଆ କପ ୨୦୨୫ ସୁପର ଫୋର ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୭୨ ରନର ଲକ୍ଷ୍ୟ ଦେଇଛି। ପାକିସ୍ତାନର ଶୀର୍ଷ କ୍ରମ ବ୍ୟାଟସମ୍ୟାନ, ବିଶେଷତଃ ସାହିବଜାଦା ଫରହାନ (୫୮ ରନ) ଭାରତୀୟ ଫିଲ୍ଡରଙ୍କ ଦ୍ୱାରା ୫ଟି କ୍ୟାଚ ଛଡ଼ାଯିବାର ସୁଯୋଗ ନେଇଥିଲେ। ଅଭିଷେକ ଶର୍ମା (୨ଥର), କୁଲଦୀପ ଯାଦବ, ଶୁଭମନ ଗିଲ ଓ ଶିବମ ଦୁବେ କ୍ୟାଚ ଛାଡ଼ିଥିଲେ। ପାକିସ୍ତାନ ୧୦ ଓଭରରେ ୯୧/୧ ସ୍କୋର କରିଥିବା ବେଳେ ୧୫ ଓଭରରେ ୩ଟି ଉଇକେଟ ହରାଇ ୧୧୫/୪ରେ ପହଞ୍ଚିଥିଲା। ଟସରେ ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଜିତି ପ୍ରଥମେ ବୋଲିଂ ନେବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଓ ପାକିସ୍ତାନ ଅଧିନାୟକ ସଲମାନ ଆଲି ଆଘାଙ୍କ ମଧ୍ୟରେ ଟସ ସମୟରେ ହ୍ୟାଣ୍ଡସେକ ହୋଇନଥିଲା।